ନ୍ୟୁଜ୍
ଯୁକ୍ତ ଦୁଇ ବିଜ୍ଞାନ ଫଳ ଆଜି ପ୍ରକାଶ ପାଇବ l


ସତ୍ୟଶିଖା ୧୨.୦୮.୨୦୨୦ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ମଧ୍ୟାହ୍ନ ସାଢ଼େ ୧୨ଟାରେ CHSE ଅଫିସରେ ପ୍ରକାଶ ପାଇବ ରେଜଲ୍ଟ । ଏହାପରେ ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ସାଇଟ୍ରେ ରେଜଲ୍ଟ ଦେଖିପାରିବେ ।
ଏତଦ୍ ବ୍ୟତୀତ୦୬୭୪-୨୩୦୦୯୧୪/୨୩୦୦୯୦୭ ନମ୍ଵରରେ ଫୋନ କରି ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ଏତଦ୍ ବ୍ୟତୀତ ସାମ୍ସର ଇ -ସ୍ପେସ୍ ମାଧ୍ୟମରେ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୯୭ ହଜାର ୫୩୬ ଛାତ୍ରଛାତ୍ରୀ ବିଜ୍ଞାନରେ ପରୀକ୍ଷା ଦେଇଛନ୍ତି । ତେବେ ଏହାପରେ ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।