

ସତ୍ୟଶିଖା ( ସମ୍ବଲପୁର ) ୧୧.୦୮.୨୦୨୦ : ସମ୍ବଲପୁର ଗୋବିନ୍ଦପୁର ଥାନା ତାଲଡିହି କିସାନପଡାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । । କେବଳ ଏତିକିରେ କଥା ସରିନାହିଁ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ପକେଇଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର କରାଯାଇଛି । ଭାଉଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ଅଟକ ରଖିଛି । ଘଟଣା ପ୍ରଘଟ ହେବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ତେବେ ବଡ଼ଭାଇ ଓ ପୁତୁରା ମୃତ୍ୟୁବରଣ କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଭାଉଜ ଦୁଇଦିନ ଟାଙ୍କିରେ ପଡି ରହିବା ସତ୍ତ୍ୱେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଉପଖଣ୍ଡସ୍ତରୀୟ ଥାନାଧିକାରୀ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନାଧିକାରୀ ପ୍ରତାପ ରଣା ,ଏସ୍ ଆଇ ଥୋମାସ କେର୍କେଟା ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।