ଦେଶ

ସିଏଏ-ଏନ୍‌ଆରସି ବାବଦରେ ଆଲୋଚନା ପାଇଁ ମୋଦି-ଶାହଙ୍କୁ ଆରଏସ୍‌ଏସ୍‌ର ଆହ୍ୱାନ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଏନ୍‌ଆରସି ବାବଦରେ କେନ୍ଦ୍ର ସରକାର ଆଲୋଚନା କରିବା ଦରକାର। ଏକଥା କୌଣସି ବିରୋଧୀ ଦଳ ନୁହେଁ, ଖୋଦ ବିଜେପିର ବୈଚାରିକ ଆଦର୍ଶ କୁହାଯାଉଥିବା ଆରଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସିଏଏ ଆଣିବା ନେଇ ଆରଏସ୍‌ଏସ୍‌ ପକ୍ଷରୁ ପ୍ରଶଂସା କରିବା ଅବସରରେ ଏହାକୁ ନେଇ ରହିଥିବା ସନ୍ଦେହ ଦୂରୀକରଣ ପାଇଁ ସରକାର ପ୍ରୟାସ କରିବା ଦରକାର ବୋଲି ଆରଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ନିକଟରେ ହେବାକୁ ଥିବା ଅଖିଳ ଭାରତୀୟ ପ୍ରତିନିଧି ସଭା (ଏବିପିଏସ୍‌) ବୈଠକ କରୋନା ଭାଇରସ୍‌ କାରଣରୁ ବାତିଲ ହୋଇଛି। ସଂଘ ପରିବାରର ସର୍ବୋଚ୍ଚ ନିଷ୍ପତ୍ତି ଉଦ୍ଦିଷ୍ଟ ଏହି ବୈଠକରେ ଆରଏସ୍‌ଏସ୍‌ ଓ ଏହାର ୪୪ଟି ବିବଧ କ୍ଷେତ୍ରର ମୁଖ୍ୟମାନେ ଯୋଗ ଦେଇଥା’ନ୍ତି।

ଆଜି ଆରଏସ୍‌ଏସ୍‌ ପକ୍ଷରୁ ସଂଗଠନର ସର କାର୍ଯ୍ୟବାହ ବା ସାଧାରଣ ସମ୍ପାଦକ ସୁରେଶ ଭୈୟାଜୀ ଯୋଷୀ କହିଛନ୍ତି, ଏଭଳି ଜାତୀୟ ପ୍ରସଙ୍ଗକୁ ନେଇ ବିରୋଧୀ ରାଜନୀତି କରିବା ଠିକ ନୁହେଁ। ସେ କହିଥିଲେ, “ବିରୋଧ ଦଳଙ୍କ ସନ୍ଦେହ ଦୂର କରିବା କେନ୍ଦ୍ର ସରକାରର କର୍ତ୍ତବ୍ୟ। ଶାସକ ଦଳ ହିସାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ଆଲୋଚନା କରିବା ଦରକାର।”

ଏହା ପୂର୍ବରୁ ଯୋଷୀ କହିଥିଲେ, ଆରଏସ୍‌ଏସ୍‌ ଏନ୍‌ଆରସି-ସିଏଏ ସମର୍ଥନରେ ସଂକଳ୍ପ ପାରିତ କରିଛି। ଏହା ‘ପ୍ରକୃତରେ କିଏ ବିଦେଶୀ’ ପ୍ରସଙ୍ଗକୁ ସ୍ପଷ୍ଟ କରିଛି।

[ad_2]
Source link

Show More
Back to top button