ନ୍ୟୁଜ୍

ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ଲାଜମା ଦାନ କରିଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ l

ସତ୍ୟଶିଖା ( ଭୁବନେଶ୍ୱର ) ୦୯.୦୮.୨୦୨୦ :  କୋଭିଡ-19 ରୁ ସୁସ୍ଥ ହୋଇ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଥିବା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଣେ ଯୁବକଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସମ୍ବର୍ଦ୍ଧିତ କରିଛନ୍ତି  । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୁରୀ ଜିଲ୍ଲାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ସ୍ଥାନୀୟ ବିଧାୟକଙ୍କ ସହଯୋଗରେ ପ୍ଲାଜମା ଦାନ ଓ ଏହାର ମହତ ଉଦେଶ୍ୟ ସମ୍ପର୍କରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି  । ଫଳ ସ୍ୱରୂପ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ କାକଟପୁର ନିର୍ବାଚନ ମଣ୍ଡଳୀରୁ ଚାରି ଜଣ ପ୍ଲାଜମା ଦାନ ପାଇଁ ନିଜର ଇଛା ପ୍ରକଟ କରିଥିଲେ  । ଆଜି ସକାଳେ ଏହି ଚାରିଜଣ ନିଜର ପ୍ଲାଜମା ଦାନ ଲାଗି ମନ୍ତ୍ରୀ ଶ୍ରୀ ବେହେରାଙ୍କ ସହ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ପହଂଚିଥିଲେ  । ତେବେ ଏଥିରୁ ପ୍ଲାଜମା ଦାନ ଲାଗି ଜଣେ ଯୁବକ ଯୋଗ୍ୟ ବିବେଚିତ ହୋଇ ନିଜର ପ୍ଲାଜମା ଦାନ କରିଥିଲେ  ।

ପରେ ମନ୍ତ୍ରୀ ଶ୍ରୀ ବେହେରା ଏହି ଯୁବକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଏହି ଉଦ୍ୟମ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ଲାଜାମା ଦାନ ପାଇଁ ଅନୁପ୍ରେରିତ କରିବା ସହ ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି କହିଥିଲେ  ।

Show More
Back to top button