ଦୂର ହେବ ଚାଷୀଙ୍କ ସମସ୍ୟା, ଆଜି 1 ଲକ୍ଷ କୋଟି ଆର୍ଥିକ ସୁବିଧା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୦୯.୦୮.୨୦୨୦ : ଆଜି ସକାଳ 11 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଏକ ଲକ୍ଷ କୋଟି ଟଙ୍କାର ଏକ ସୁବିଧା ଆରମ୍ଭ କରିବେ । ଜୁଲାଇ ମାସରେ, କୃଷି ଭିତ୍ତିଭୂମି ପାଇଁ ରିହାତି ଋଣ କରାଇବା ପାଇଁ ଏକ ଲକ୍ଷ କୋଟି କୋଟି ଟଙ୍କା ସହିତ ଏକ କୃଷି ଭିତ୍ତିଭୂମି ପାଣ୍ଠି ଗଠନକୁ ସରକାର ଅନୁମୋଦନ କରିଛନ୍ତି ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ PM-Kisan ଯୋଜନା ଅଧୀନରେ 8.5 ଲକ୍ଷ କୋଟି ଚାଷୀଙ୍କୁ ଷଷ୍ଠ କିସ୍ତି ଭାବରେ 17,000 କୋଟି ଟଙ୍କା ମଧ୍ୟ ଜାରି କରିବେ । କରୋନା ଭୂତାଣୁ ମହାମାରୀ ସହ ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ପ୍ରବର୍ତ୍ତିତ 20 ଲକ୍ଷ କୋଟି ଟଙ୍କା ପ୍ରୋତ୍ସହନ ପ୍ୟାକେଜର ଏକ ଅଂଶ ହେଉଛି କୃଷି ଭିତ୍ତିଭୂମି ପାଣ୍ଠି । ଅର୍ଥିକ ପ୍ୟାକେଜ ତିକ ପ୍ୟାକେଜର ତୃତୀୟ କିସ୍ତି ଘୋଷଣା କରି ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଶୀତଳ ଭଣ୍ଡାର, ଅମଳ ପରବର୍ତ୍ତୀ ପରିଚାଳନା ଢାଞ୍ଚାରେ ବ୍ୟବହୃତ ହେବ ।
କୃଷି ଭିତ୍ତିଭୂମି ପାଣ୍ଠିର ଅବଧି 10 ବର୍ଷ ଅର୍ଥାତ୍ 2029 ପର୍ଯ୍ୟନ୍ତ । ଗ୍ରାମାଞ୍ଚଳରେ କୃଷି କ୍ଷେତ୍ର ସହିତ ସଂଯୁକ୍ତ ଭିତ୍ତିଭୂମି ସୃଷ୍ଟି କରିବାରେ ଏହା ସହାୟକ ହେବ । ଗ୍ରାମୀଣ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ଏବଂ ଚାକିରୀକୁ ପ୍ରୋତ୍ସାହିତ କରିବାକୁ ଏହା ଲକ୍ଷ୍ୟ ରଖିଛି । ଏହା ଅଧୀନରେ ପ୍ରାଥମିକ କୃଷି ଋଣ ସୋସାଇଟି, କୃଷକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ (FPO), କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ ଏବଂ କୃଷି-ବୈଷୟିକ ଖେଳାଳିଙ୍କୁ ଋଣ ହିସାବରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ପ୍ରାୟ 1 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ ।
ଚାରି ବର୍ଷ ମଧ୍ୟରେ ଏହି ଋଣ ପ୍ରଦାନ କରାଯିବ । ଚଳିତ ବର୍ଷ 10,000 କୋଟି ଋଣ ଏବଂ ଆସନ୍ତା ତିନି ଆର୍ଥିକ ବର୍ଷ ପାଇଁ ପ୍ରତିବର୍ଷ 30,000 କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ଏହି ଆର୍ଥିକ ସୁବିଧା ଅଧୀନରେ ବାର୍ଷିକ 2 କୋଟିର ସୀମା ପର୍ଯ୍ୟନ୍ତ ସମସ୍ତ ଋଣ ଉପରେ ତିନି ପ୍ରତିଶତ ସୁଧ ଛଡା ଯିବ । ଏହାର ସୁବିଧା ସର୍ବାଧିକ ସାତ ବର୍ଷ ପାଇଁ ଉପଲବ୍ଧ ହେବ । ଅର୍ଥିକ ପ୍ୟକେଜର ତୃତୀୟ କିସ୍ତି ଘୋଷଣା କରି ଅର୍ଥମନ୍ତ୍ରୀ କହିଥିଲେ ଯେ ଏହି ପାଣ୍ଠି ଶୀତଳ ଭଣ୍ଡାର, ଅମଳ ପରବର୍ତ୍ତୀ ପରିଚାଳନା ଢାଞ୍ଚାରେ ବ୍ୟବହୃତ ହେବ ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ କହିଛି ଯେ ଅନ୍ଲାଇନ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ (MIS) ପ୍ଲାଟଫର୍ମ ମାଧ୍ୟମରେ କୃଷି ଭିତ୍ତିଭୂମି ପାଣ୍ଠି ପରିଚାଳନା ଏବଂ ତଦାରଖ କରାଯିବ । ଏହା ସମସ୍ତ ଯୋଗ୍ୟ ସଂସ୍ଥାଗୁଡ଼ିକୁ ଋଣ ପାଇଁ ଆବେଦନ କରିବାକୁ ସକ୍ଷମ କରିବ । କୃଷି ଏବଂ କୃଷି ପ୍ରକ୍ରିୟାକରଣ ଭିତ୍ତିକ କାର୍ଯ୍ୟକଳାପ ପାଇଁ ଆନୁଷ୍ଠାନିକ ଋଣର ସୁବିଧା ଗ୍ରାମାଞ୍ଚଳରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।