ଦେଶନ୍ୟୁଜ୍

କୋଭିଡ୍‌ ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଗଲା 7 ଜୀବନ l

ସତ୍ୟଶିଖା ( ଆନ୍ଧ୍ରପ୍ରଦେଶ ) ୦୯.୦୮.୨୦୨୦ : ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ହୋଟେଲରେ ନିଆଁ ଲାଗିଯାଇଛି । ଅଗ୍ନିଶମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ଏହି ହୋଟେଲକୁ କୋଭିଡ ସେଣ୍ଟର ଭାବରେ ବ୍ୟବହାର କରାଯାଉଥିଲା  । ହୋଟେଲ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହୋଟେଲ ଗୋଲଡେନ୍ ପ୍ୟାଲେସରେ ଏହି ଦୁର୍ଘଟଣା ଘଟିଛି  । ହୋଟେଲରେ 40 ଜଣଙ୍କର ଖବର ଥିଲା  । ସେଥିରୁ 30 ଜଣ କରୋନା ରୋଗୀ ଏବଂ 10 ଜଣ ଡାକ୍ତରଖାନାର କର୍ମଚାରୀ ଥିଲେ ।

ବିଜୟୱାଡା ପୋଲିସ ANI କୁ କହିଛି ଯେ ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 30 ଜଣ ଲୋକ ଉଦ୍ଧାର ହୋଇଛନ୍ତି । ବହୁ ପରିଶ୍ରମ ପରେ ନିଆଁକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜେ ସମଗ୍ର ଦୁର୍ଘଟଣା ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପରେ ସମଗ୍ର କୋଠାକୁ ଖାଲି  କରାଯାଇଛି ଏବଂ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।

Show More
Back to top button