ନ୍ୟୁଜ୍ରାଜ୍ୟ

ଜିଲ୍ଲାପାଳ, ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୭୮% ପର୍ଯ୍ୟନ୍ତ ରହିଛି l

ସତ୍ୟଶିଖା ( ଗଞ୍ଜାମ ) ୦୮.୦୮.୨୦୨୦ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ସ୍ଥିତି ବେହାଲ । ସେପଟେ ଗଞ୍ଜାମର କରୋନା ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଗଞ୍ଜାମରେ କରୋନା ସୁସ୍ଥ ହାର ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଘରକୁଘର ଯାଇ ସର୍ଭେ କରାଯାଉଛି । ଲକ୍ଷଣ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଉଛି । ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୃକ୍ତ ଅଞ୍ଚଳରୁ ଅବରୋଧ ଅଞ୍ଚଳ କରାଯାଉଛି । ଅବରୋଧ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଆମ ପାଖରେ ୯୦ଟି ଆଇସିୟୁ ୟୁନିଟ ଅଛି । ଏହା ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ ରହିଛି । ଗଞ୍ଜାମରେ ୪୭୨ ଲୋକ ପ୍ଳାଜମା ଦାନ ପାଇଁ ଆଗକୁ ଆସିଛନ୍ତି । ୧୩୨ଟି ଆମ୍ବୁଲାନ୍ସ ଆମ ପାଖରେ ରହିଛି ବୋଲି ମଧ୍ୟ କହିଛନ୍ତି ଜିଲ୍ଲାପାଳ ବିଜୟ କୁଲାଙ୍ଗେ ।

Show More
Back to top button