ନ୍ୟୁଜ୍

ବିଜୟ ମହାପାତ୍ର, କୋଭିଡ ପରିଚାଳନା ଠିକ ନକଲେ ପରିସ୍ଥିତି ଭୟାବହ ହେବ l

ସତ୍ୟଶିଖା ୦୮.୦୮.୨୦୨୦ : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ମାଡ଼ୁଛି । ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ରାଜ୍ୟ ସରକାର କହୁଥିଲେ ଆମ ମଡେଲ ସବୁଠୁ ଭଲ ମଡେଲ । ବହୁତ ରାଜ୍ୟ ଆପଣାଉଥିବା ରାଜ୍ୟ ସରକାର କହୁଛନ୍ତି, କିନ୍ତୁ ବର୍ତ୍ତମାନ ସ୍ଥିତିରେ ମଡେଲରେ ପରିବର୍ତ୍ତନ କରାଯିବା ଆବଶ୍ୟକ ରହିଛି । ପରିସ୍ଥିତି ନିୟନ୍ତ୍ରଣ ବାହାରେ, ସରକାର ଏହାକୁ ସ୍ୱୀକାର କରନ୍ତୁ । ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଭୟର ବାତାବରଣ ସୃଷ୍ଟି ହୋଇଛି, ଖୋର୍ଦ୍ଧା ଗଞ୍ଜାମ ଟପରେ ଅଛନ୍ତି । ପରିଚାଳନା ଠିକ ନକଲେ ପରିସ୍ଥିତି ଭୟାବହ ହେବ ।

ସେ ପୁଣି କହିଛନ୍ତି ଯେ, ଗଞ୍ଜାମ ଜ଼ିଲ୍ଲାପାଳ ବାରମ୍ବାର ଟିଭିରେ କହୁଛନ୍ତି ଆମେ ପ୍ରସ୍ତୁତ ସବୁ ଠିକ, ଏ ସବୁ ଦାୟୀତ୍ୱହୀନ ମନ୍ତବ୍ୟ, ଗଞ୍ଜାମରେ ଲୋକେ ଆତଙ୍କିତ । କେବଳ ସୁସ୍ଥ ସଂଖ୍ୟା ଦେଖାଇ ବାହାଦୁରୀ ନେଉଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ଜ଼ିଲ୍ଲାରେ ଅନୁରୂପ ସ୍ଥିତି । ବିଏମସି କମିଶନରଙ୍କ ଭଳି ଅପାରଗ ଅଫିସରଙ୍କ ପାଇଁ ଲୋକ ମରୁଛନ୍ତି । ଖୋର୍ଦ୍ଧା ଜିଲ୍ଲା, ରାଜଧାନୀ ଭୁବନେଶ୍ୱରରେ ଦାୟିତ୍ୱହୀନ ଅଫିସର ଯୋଗୁଁ ଏତେ ଅସୁବିଧା ହୋଇଛି । ମୁଖ୍ୟଶାସନ ସଚିବଙ୍କ ସହ ମୁଁ ଆଲୋଚନା କରିଛି । କେନ୍ଦୁଝରରେ ବାହାର ରାଜ୍ୟର ଗାଡି ଚାଳକମାନେ ସୁପରସ୍ପ୍ରେଡର । ଅର୍ଥନୀତି ପାଇଁ ଲୋକ ମଲେଣି, ରାଜ୍ୟସରକାର ମିଳିତ ମୁକାବିଲାକୁ ଗ୍ରହଣ କରୁନାହାନ୍ତି। ସାରା ଭାରତରେ ଧର୍ମାନୁଷ୍ଠାନ ଖୋଲିଲାଣି, ଓଡିଶାରେ ରଥ ହୋଇପାରିଲା ମନ୍ଦିର କାହିଁକି ଖୋଲିବନି ? ଲୋକେ ମାନସିକ ଶାନ୍ତି ପାଇଁ ମନ୍ଦିର ଯାଆନ୍ତି।

ଗାଁ ଗହଳିରେ ଲୋକ ଚାପଗ୍ରସ୍ତ ହେଇଗଲେଣି । ଲୋକଙ୍କ ମାନସିକ ଚାପ ବଢୁଛି । ସେଠାକୁ ଗଲେ ଲୋକେ ମାନସିକ ଶାନ୍ତି ପାଆନ୍ତି । ତେଣୁ ମନ୍ଦିର ଆବଶ୍ୟକ ଗାଇଡ଼ଲାଇନ ସହ ମନ୍ଦିର ଖୋଲନ୍ତୁ । ପ୍ରକୃତରେ ପୋଲିସମାନେ 24 ଘଣ୍ଟିଆ ପରିଶ୍ରମ କରୁଛନ୍ତି, ତାଙ୍କ ପାଇଁ କିଛି ଅନୁକମ୍ପା ନାହିଁ, ଖାଇବାକୁ ଦେବାକୁ ସରକାରଙ୍କ ପାଖରେ କଣ ପଇସା ନାହିଁ ? କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ପୋଲିସଙ୍କୁ ଖାଇବାକୁ ଦିଆଯାଇପାରୁ ନାହିଁ । ପୂର୍ଣ୍ଣାଙ୍ଗ ସମୀକ୍ଷା କରି ନୂଆ ମଡେଲ ପ୍ରସ୍ତୁତ ହେଉ । ପୁରୀ ସମେତ ଅନ୍ୟ ମନ୍ଦିରକୁ ପର୍ଯ୍ୟାୟ କ୍ରମେ ଖୋଲନ୍ତୁ । ଗତ 4 ମାସ ହେଲା କେନ୍ଦୁଝର ସୁନ୍ଦରଗଡ଼କୁ ଟ୍ରକରେ କରୋନା ଆସୁଛି, ଗଞ୍ଜାମରେ କରୋନାକୁ ଆମେ ନିମନ୍ତ୍ରଣ କଲୁ । ପ୍ରବାସୀଙ୍କୁ ଆଣିବାରେ ମନା ନାହିଁ, ଟେଷ୍ଟ କରିକି ଆଣିଲେନି କାହିଁକି ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Show More
Back to top button