

ସତ୍ୟଶିଖା ୦୭ .୦୮ .୨୦୨୦ : ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି)ହେବା ନେଇ ଘୋଷଣା ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗିରୀଶ ଚନ୍ଦ୍ର ମୁର୍ମୁ ଏହି ଦାଇତ୍ୱ ନେବା ପୂର୍ବରୁ ବୁଧବାର ଜମ୍ମୁକାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପରେ ଏହା ଗ୍ରହଣ ହୋଇଥିଲା ।
370 ଉଚ୍ଛେଦ ପରେ ସେ ଗତ ବର୍ଷ ଅକ୍ଟୋବରରେ ଜମ୍ମୁ-କଶ୍ମୀର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ । ସେ ରାଜୀବ ମହର୍ଷିଙ୍କ ସ୍ଥାନ ନେବେ । ରାଜୀବଙ୍କୁ 2017 ମସିହାରେ CAG ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପର୍ଯ୍ୟନ୍ତ ରହିଥିଲା । 60 ବର୍ଷିୟ ଗିରିଶ ଚନ୍ଦ୍ର ମୁର୍ମୁ ଜଣେ 1985 ବ୍ୟାଚ୍ ର IAS ଅଧିକାରୀ । ସେ ଗୁଜୁରାଟ କ୍ୟାଡରର ଜଣେ ଅଧିକାରୀ । ଜିସି ମୁର୍ମୁ ଅକ୍ଟୋବର 31, 2019 ରେ ଜାମ୍ମୁ କାଶ୍ମୀରର ପ୍ରଥମ LG ଭାବରେ ଦାୟିତ୍। ଗ୍ରହଣ କରିଥିଲେ ।
ରାଜସ୍ଥାନ କ୍ୟାଡରର 1978 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରାଜୀବ ମହର୍ଷି ସିଏଜି ଦାଇତ୍ୱ ନେବା ପୂର୍ବରୁ ଗୃହ ସଚିବ ଭାବରେ କାର୍ଯ୍ୟ କରିଥିଲେ। ସେ 2017 ରେ CAG ଭାବରେ ନିଯୁକ୍ତ ହୋଇ ଶଶିକାନ୍ତ ଶର୍ମାଙ୍କ ସ୍ଥାନ ନେଇଥିଲେ । ରାଜୀବଙ୍କ କାର୍ଯ୍ୟକାଳ ପ୍ରାୟ ତିନି ବର୍ଷ ଥିଲା । ଛଅ ବର୍ଷ ପାଇଁ ଏହି ପଦରେ ଜଣେ ରହି ପାରିବ । କିନ୍ତୁ ଅଗଷ୍ଟ 8 ରେ ରାଜୀବଙ୍କୁ 65 ବର୍ଷ ହେଉଥିବାରୁ ସେ ଏହି ପଦରେ ଆଉ ରହି ପାରିବେ ନାହିଁ। ।