ଧର୍ମନ୍ୟୁଜ୍ରାଜ୍ୟ

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ପଞ୍ଜିକରଣ ପ୍ରସ୍ତାବ …

 ସତ୍ୟଶିଖା ( ପୁରୀ ) ୦୬.୦୮.୨୦୨୦ : କରୋନା ମହାମାରୀ ପାଇଁ ଦୀର୍ଘ ୪ମାସରୁ ଅଧିକ ଦିନ ହେବ ସମସ୍ତ ଧାର୍ମିକ ପୀଠକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ଏହି କ୍ରମରେ ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହେଉଛନ୍ତି । ତେବେ କରୋନା ସଙ୍କଟ ସମୟରେ ଦୀର୍ଘଦିନ ହେବ ଦର୍ଶନ ବନ୍ଦ ରହିବା ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ କିପରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଯିବା ନେଇ ଏକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ଗୃହୀତ ହେବା ପରେ କାର୍ୟ୍ୟକାରୀ ହେବ।

ଏହି ପ୍ରସ୍ତାବ ଅନୁସାରେ ଶ୍ରଦ୍ଧାଳୁଙ୍କୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍‌ ପଞ୍ଜିକରଣ କରିବାକୁ ପଡ଼ିବ ।  ଏଥିଲାଗି ଏକ ସ୍ଵତନ୍ତ୍ର ୱେବସ‌ାଇଟ୍ ଖୋଲାଯିବ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନାଭିଳାଷୀ ଭକ୍ତ ଏଥିଲାଗି ୱେବସାଇଟରେ ନିଜର ନାମ ପଞ୍ଜିକରଣ କରିବେ । ଏହାପରେ ସେମାନେ କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ନିଜର ପରିଚୟ ଓ କରୋନା ପରୀକ୍ଷା ରିପୋର୍ଟ ଦାଖଲ କରିବେ । ଏହାପରେ ସେମାନଙ୍କୁ ଦର୍ଶନ ଲାଗି ସମୟ ପ୍ରଦାନ କରାଯିବ । ପ୍ରଥମେ ପୁରୀ ଶ୍ରଦ୍ଧାଳୁଙ୍କୁ ଏହି ଦର୍ଶନ ସୁବିଧା ଦିଆଯିବ ବୋଲି କୁହାଯାଉଛି। ଏଥିସହିତ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ନେଗେଟିଭ୍ ବୋଲି ପ୍ରମାଣ ଦେବାକୁ ପଡ଼ିବ । ଏହା ବାଧ୍ୟତାମୂଳକ ରହିଛି । ଦିନକୁ ନିର୍ଦ୍ଦିଷ୍ଟ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁଯୋଗ ଉପଲବ୍ଧ ହେବ । ତେବେ ଅନ୍‌ଲାଇନ୍‌ ଦର୍ଶନ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି ବୋଲି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ସୂଚନା ଦେଇଛନ୍ତି ।
Show More
Back to top button