ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜି ଭୁବନେଶ୍ୱରେ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ l

ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନା ପଜିଟିଭ ।

 ସତ୍ୟଶିଖା ( ଭୁବନେଶ୍ୱର ) ୦୬.୦୮.୨୦୨୦ :   ଆଜି ଭୁବନେଶ୍ୱରେ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ କରୋନା ପଜିଟିଭ ।  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କରୋନା ପଜିଟିଭଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୮ ଜଣ ପୁରୁଷ । ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କଳିଙ୍ଗ ଷ୍ଟାଡିୟମ ନିକଟ ରିଜର୍ଭ କଲୋନିରୁ ୭ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କର ବୟସ ୩୦ରୁ ୫୩ ବର୍ଷ । ସେହିପରି ନୟାପଲ୍ଲୀ ନୂଆସାହିରୁ ୫ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୂର୍ବରୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୩୪୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୧୩୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସା ଜାରି ରହିଛି । ସବୁଠୁ ବଡ କଥା ହେଲା ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି ।

Show More
Back to top button