ଦେଶଧର୍ମନ୍ୟୁଜ୍

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ପାଇଁ କାର୍ଯ୍ୟକ୍ରମ ଆରମ୍ଭ l

ସତ୍ୟଶିଖା ( ଅଯୋଧ୍ୟା )  ୦୩.୦୮.୨୦୨୦ : ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି । ଭୂମି ପୂଜାର ତିନି ଦିନ ପୂର୍ବରୁ ହେବାକୁ ଥିବା କାର୍ଯ୍ୟକ୍ରମ ହେଉଛି । ଏହି କାର୍ଯ୍ୟକ୍ରମ ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି । ଅଗଷ୍ଟ 5 ଦ୍ଵିପ୍ରହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ । ଅଯୋଧ୍ୟା ମାମଲାରେ ପକ୍ଷକାର ଥିବା ଇକବାଲ ଅଂସାରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି । ଏତଦ୍ ବ୍ୟତୀତ ଆରଏସଏସ ପ୍ରମୁଖ ମୋହନ ଭାଗବତ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗେ ଦେବେ ।

ନିମନ୍ତ୍ରଣ ପତ୍ର ମିଳିବା ପରେ ଇକବାଲ ଅଂସାରୀ କହିଛନ୍ତି ଯେ, ମୁଁ ଏହି କାର୍ଯ୍ୟକ୍ରମରେ ନିଶ୍ଚୟ ଯିବି । ଭଗବାନ ରାମଙ୍କ ଇଚ୍ଛାରେ ମୋତେ ନିମନ୍ତ୍ରଣ ମିଳିଛି । ମୁଁ ସର୍ବଦା ମଠ ମନ୍ଦିର ଯାତ୍ରା କରେ । ଯଦି ନିମନ୍ତ୍ରଣ ପତ୍ର ମିଳିଛି ତେବେ ନିଶ୍ଚିତ ଯିବି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି ଯେ, ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ହେବ । ବିଶିଷ୍ଟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ଵୟଇ ସେବକ ସଙ୍ଘର ପ୍ରମୁଖ ମୋହନ ଭାଗବତ ଯୋଗଦେବେ ।

ଏତଦ୍ ବ୍ୟତୀତ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀ ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଖୁବ୍ କମ୍ ଲୋକଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯାଇଛି ।

Show More
Back to top button