ଦେଶନ୍ୟୁଜ୍

ଅଭିନେତାଙ୍କ ଝିଅଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଯୁବକ ଗିରଫ l

ସତ୍ୟଶିଖା  ( ମୁମ୍ବାଇ ) ୦୧.୦୮.୨୦୨୦ :  ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜନୈକ ଅଭିନେତାଙ୍କ ଝିଅଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକଜଣଙ୍କ ଅଭିନେତାଙ୍କ ଝିଅଙ୍କ ପ୍ରାଇଭେଟ୍ ଫଟୋ ଭାଇରାଲ କରିବେ ବୋଲି ଧମକ ଦେଉଥିଲେ । କ୍ରାଇମବ୍ରାଞ୍ଚ କହିଛି   ଯେ, ଯୁବକଜଣଙ୍କ ବାରମ୍ବାର ଧମକ ଦେବା ସହ ଟଙ୍କା ମଧ୍ୟ ଦାବି କରୁଥିଲେ । ଟଙ୍କା ନଦେଲେ ଫଟୋ ଭାଇରାଲ୍ କରିବେ ବୋଲି କହୁଥିଲେ । ତେବେ ଗୁରୁବାର ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲେ  କ୍ଲାଲିଫ୍ ହନିଫ୍ ପଟାନୀ । ସେ ମୁମ୍ବାଇର ମଲାଦରେ ରୁହେ । ପୀଡିତାଙ୍କ ଅଜାଣତରେ ସେ ତାଙ୍କ ପ୍ରାଇଭେଟ୍ ଫଟୋ ଉତ୍ତୋଳନ କରି ବ୍ଲାକମେଲ୍ କରୁଥିଲା । ତେବେ ଅଭିଯୁକ୍ତର ଭଉଣୀ ମଧ୍ୟ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି । କାରଣ ସେ ଓ ପୀଡିତା ଗୋଟିଏ କଲେଜରେ ପଢୁଥିଲେ ।

Show More
Back to top button