ନ୍ୟୁଜ୍ସ୍ୱାସ୍ଥ୍ୟ

ଏଣିକି ଆକ୍ରାନ୍ତଙ୍କୁ ଚିହ୍ନଟ କରିବ ଶ୍ୱାନ,ହୁ ହୁ ହେଇ ବଢୁଛି କରୋନା । ହେଲେ କେମିତି ?

ସତ୍ୟଶିଖା : ୨୯ .୦୭.୨୦୨୦ : କରୋନାଭୂତାଣୁ ସଂକ୍ରମଣକୁ ଠାବ କରିବା ପାଇଁ ସ୍ୱାବ୍‌ ପରୀକ୍ଷଣ ଏବଂ ଆଣ୍ଟିବଡି ପରୀକ୍ଷା ଆଦି ବ୍ୟବସ୍ଥା ଥିବା ସତ୍ତ୍ବେ ଜର୍ମାନୀର ହାଙ୍କୋଭର ସ୍ଥିତ ପଶୁଚିକିତ୍ସା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଭିନବ ପଦ୍ଧତି ବାହାର କରିଛନ୍ତି । କୁକୁରମାନଙ୍କୁ ପ୍ରଶିକ୍ଷିତ କରି ସେମାନେ କରୋନାଭୂତାଣୁର ଅବସ୍ଥିତିକୁ ନିର୍ଭୁଲ ଭାବ ଠାବ କରିପାରିଛନ୍ତି ଯାହା କି ୯୪ ପ୍ରତିଶତ ସଫଳତା ଦେଇଛି ବୋଲି ସେମାନେ ଦାବି କରିଛନ୍ତି । ସୂଚନାନୁଯାୟୀ, ଜର୍ମାନୀ ସେନାର ୮ଟି କୁକୁରଙ୍କୁ ଏକ ସପ୍ତାହ ଧରି ଅଭିନବ କରୋନାଭୂତାଣୁ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପରେ ଏକ ହଜାର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ଯାଞ୍ଚ କରିବା ଲାଗି ଏହି କୁକୁରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଶ୍ୱାନମାନେ ସମସ୍ତଙ୍କର ଲାଳକୁ ଶୁଂଘି ଶୁଂଘି କରୋନାଭୂତାଣୁ ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିପାରିଥିଲେ । ଏପରିକି ସେମାନଙ୍କ ଚିହ୍ନଟରେ ୯୪ ପ୍ରତିଶତ ନିର୍ଭୁଲତା ଥିବା ଜଣାଯାଇଥିଲା । ଏ ସମ୍ପର୍କରେ ଜଣେ ଗବେଷକଙ୍କ କହିବା କଥା, କରୋନାଭୂତାଣୁର ଶରୀର ଗଠନ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ତେବେ ସାଧାରଣତଃ ମନୁଷ୍ୟ ଅପେକ୍ଷା ହଜାରେ ଗୁଣ ଅଧିକ ଘ୍ରାଣଶକ୍ତି ଥିବା ଏହି କୁକୁରମାନେ ସେହି ଫରକକୁ ଠିକ୍‌ରେ ଠଉରାଇପାରୁଛନ୍ତି।

Show More
Back to top button