ନ୍ୟୁଜ୍ଶିକ୍ଷା

ଆଜି ମାଟ୍ରିକ ପରୀକ୍ଷା ଫଳ ବାହାରିବ l

ସତ୍ୟଶିଖା  ( ଭୁବନେଶ୍ୱର )୨୯ .୦୭.୨୦୨୦ :  ଆଜି ବାହାରିବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୯ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯିବ । ଏହାପରେ ଦିନ ୧୧ ଟା ୩୦ରେ ୱେବ୍‌ସାଇଟ୍‌ରେ ଏହା ଉପଲବ୍ଧ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଦୁଇଟି ୱେବ୍‌ସାଇଟ୍‌ ଓ ମୋବାଇଲ୍‌ ଫୋନ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପରୀକ୍ଷାର୍ଥୀମାନେ ଦିନ ସାଢ଼େ ୧୧ଟାରୁ ନିଜର ରେଜଲ୍ଟ ଦେଖିପାରିବେ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବୋର୍ଡର ୨ଟି ୱେବସାଇଟ ଓ ଏସଏମଏସ ମାଧ୍ୟମରେ ପରୀକ୍ଷା ଫଳ ଜାଣି ହେବ । ତେବେ ସମ୍ପୃକ୍ତ ୱେବସାଇଟ ଓ ଏସଏମଏସ ପ୍ରକ୍ରିୟା ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ଖୁବଶୀଘ୍ର ସୂଚନା ଦେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଆଜି  ଦିନ ସାଢ଼େ ୧୧ଟାରୁ ବୋର୍ଡର ଦୁଇଟି ୱେବ୍‌ସାଇଟ୍‌ www. bseodisha.ac.in , www.bseodisha.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ବୋର୍ଡର ଯେକୌଣସି ୱେବ୍‌ସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଲଗ୍‌ଇନ୍‌ କରି ରେଜଲ୍ଟ ଜାଣିପାରିବେ । ଯେଉଁ ପରୀକ୍ଷାର୍ଥୀମାନଙ୍କ ପାଖରେ ଇଣ୍ଟରନେଟ୍‌ ସୁବିଧା ନଥିବ ସେମାନେ ମୋବାଇଲ୍‌ ଫୋନ୍‌ରେ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ସୂଚନାନୁସାରେ,  ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା ।

 

Show More
Back to top button