

ସତ୍ୟଶିଖା ୨୬.୦୭.୨୦୨୦ ( ନୂଆଦିଲ୍ଲୀ ) : ଆଜି ସକାଳ 11 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ’ କାର୍ଯ୍ୟକ୍ରମ ରହିଛି । ପ୍ରତିଥର ପରି ଆଜି ମଧ୍ୟ ଲୋକଙ୍କୁ ନିଜର ମନର କଥା କହିବେ ପ୍ରଧାନମନ୍ତ୍ରୀ । ଗତ ବର୍ଷ ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର 14 ତମ ‘ମନ୍ କି ବାତ’ କାର୍ଯ୍ୟକ୍ରମ ହେବ । ମୋଟ ଉପରେ, ଏହା ହେଉଛି 67 ତମ ‘ମନ୍ କି ବାତ’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ରେ ନିଜର କଥା ଅଭିଜ୍ଞତା ପଠେଇବାକୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲୋକଙ୍କ ମତାମତ ଲୋଡିଥିଲେ । କରୋନା ମହାମାରୀ ସଙ୍କଟ କାରଣରୁ ତାଲାବନ୍ଦ ଏବଂ ଅନଲକ୍ ପ୍ରକ୍ରିୟା ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପଞ୍ଚମ ‘ମନ୍ କି ବାତ’ କାର୍ଯ୍ୟକ୍ରମ ।
ସାମୂହିକ ପ୍ରୟାସରୁ ଆସୁଥିବା ସକରାତ୍ମକ ପରିବର୍ତ୍ତନର କାହାଣୀ ଆଜି ଲୋକଙ୍କ ସାମ୍ନାରେ ରଖି ପାରନ୍ତି ପ୍ରଧାନମନ୍ତ୍ର । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 28 ର ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟ ମଧ୍ୟରେ ଚାଇନାର ଅନୁପ୍ରବେଶ, ଲକଡାଉନ୍, ଅନଲକ୍ -1 ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।