

ସତ୍ୟଶିଖା ( ଭୁବନେଶ୍ୱର ) ୨୫.୦୭.୨୦୨୦ : ବାଇକ ଚାଳକଙ୍କ ପାଇଁ କେନ୍ଦ୍ର ସଡକ ପରିବହନ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ପରିବହନ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁଯାୟୀ, ବାଇକର ଦୁଇ ପାଶ୍ୱ ଉଭୟ ଚାଳକ ଏବଂ ପଛରେ ବସୁଥିବା ଲୋକଙ୍କ ପାଖରେ ଏକ ହ୍ୟାଣ୍ଡେଲ ରହିବ । ଏଭଳି ନିୟମର ଉଦ୍ଦେଶ୍ୟ ହେଉଛି, ପଛରେ ବସୁଥିବା ଚାଳକଙ୍କ ସୁରକ୍ଷା । ଏପର୍ଯ୍ୟନ୍ତ କୌଣସି ବାଇକରେ ଏଭଳି ସୁବିଧା ନାହିଁ । ଆଉ ସବୁଠାରୁ ବଡ କଥା ହେଉଛି, ବାଇକର ପଛ ଚକର ବାମ ପଟର ଅଧା ଅଂଶ ସୁରକ୍ଷିତ ଭାବେ କଭର କରାଯିବ । ଯେପରିକି ପଛରେ ବସୁଥିବା ଲୋକଙ୍କ ଡ୍ରେସ କିମ୍ବା ମହିଳାଙ୍କ ଶାଢି ଚକରେ ଲାଗିବ ନାହିଁ । ତେବେ ନିକଟରେ ଗାଡିର ଟାୟାରକୁ ନେଇ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରିଥିଲେ ସରକାର । ଏହି ଗାଇଡଲାଇନ୍ ଅନୁଯାୟୀ, ୩.୫ ଟନ୍ ପର୍ଯ୍ୟନ୍ତ ଓଜନ ଥିବା ଗାଡିର ଟାୟାର ପ୍ରେସର ମନିଟରିଂ ସିଷ୍ଟମ ପାଇଁ କୁହାଯାଇଥିଲା । ଏହି ସିଷ୍ଟମରେ ଗାଡିର ଟାୟାରରେ ପ୍ରେସରର ସ୍ଥିତି କଣ ରହିଛି, ସେନେଇ ସେନ୍ସର ଜରିଆରେ ଗାଡିଚାଳକଙ୍କୁ ସୂଚନା ମିଳିଥାଏ । ଆଉ ଏବେ ଗାଡିରେ ବସିବା ତରିକାରେ ପରିବର୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।