

ସତ୍ୟଶିଖା ( ଭୁବନେଶ୍ୱର ) : ୨୨.୦୭.୨୦୨୦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେଲେ ସେରମ ଇନଷ୍ଟିଚ୍ୟୁଟ ର ସିଇଓ ଙ୍କ ସହିତ I କରୋନା ଟୀକ ପ୍ରସ୍ତୁତିର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ଆଜି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କ ସହ ଭିଡିଓ କଲରେ କଥା ହୋଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଶ୍ୱାଳୟର ସହ ମିଳିତ ଉଦ୍ୟମରେ ସେରମ ଇନଷ୍ଟିଚ୍ୟୁଟ କୋଭିଡ ଟୀକ ପାଇଁ ଉଦ୍ୟମ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ଏ ନେଇ ଖୁସି ପ୍ରକାଶ କରିଛନ୍ତି । ଆବଶ୍ୟକ ଅନୁମତି ମିଳିବା ପରେ ଓଡିଶାରେ ଟୀକାକରଣ କାମରେ ପୁନାୱାଲା ସହ ଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।ଏ ନେଇ ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟ ସହ ଯୋଗାଯୋଗରେ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ପାଇଁ ଓଡିଶା ନେଇଥିବା ପଦକ୍ଷେପକୁ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ପ୍ରଶଂସା କରିଥିଲେ । ସେ କହିଥିଲେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଟୀକାର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ସକାରାତ୍ମକ ଫଳାଫଳ ଦେଉଛି । ଭାରତରେ ଅଗଷ୍ଟରେ ଏହାର ପରବର୍ତୀ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଟୀକା ପ୍ରସ୍ତୁତ ହେବା ସମ୍ଭାବନା ରହିଛି ।