

ସତ୍ୟଶିଖା ( ମାଲକାନଗିରି ) ସ୍ମୃତି ରଞ୍ଜନ ନାୟକ : ଟ୍ବିଟ ମାଧ୍ୟମରେ ମାଲକାନଗିରି କୋଭିଡରେ କାର୍ଯ୍ୟରତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଜିଲ୍ଲା କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳାଙ୍କ ସଫଳ ପ୍ରସବ ପରେ ମହିଳା ଓ ତାଙ୍କ ନବଜାତ ଶିଶୁଙ୍କର ସ୍ବତନ୍ତ୍ର ଚିକିତ୍ସା କରି ଡାକ୍ତର ଉଭୟ ମାଆ ଓ ଶିଶୁକନ୍ୟାକୁ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି ।
ଗର୍ଭବତୀ ମହିଳା ଜଣକ ପ୍ରଥମେ ମାଲକାନଗିରି ଜିଲ୍ଲାର କୋଭିଡ ହସ୍ପିଟାଲରେ କୋରୋନା ସଂକ୍ରମିତ ଭାବେ ଭର୍ତ୍ତି ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ସେହି ମହିଳାଙ୍କର ସଠିକ୍ ଯତ୍ନ ନେଇଥିଲେ । ଉକ୍ତ ମହିଳାଙ୍କର ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କୋଭିଡ ମହାମାରୀ ସମୟରେ ଓଡିଶା ସରକାର ଗର୍ଭବତୀ ମହିଳା ଏବଂ ନବତାଜତ ଶିଶୁଙ୍କୁ ସଠିକ୍ ଏବଂ ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । ଏହି ଦୁଇ ମାଆ ଓ ନବ ଜନ୍ମିତ ଶିଶୁକୁ କୋଭିଡ ହସ୍ପିଟାଲରେ ସ୍ବତନ୍ତ୍ର କଠୋରୀରେ ଚିକିତ୍ସା କରାଯାଉଥିବା ନେଇ ନବୀନ ଟ୍ୱିଟରେ ଲେଖିଛନ୍ତି l