‘କେବଳ ୩୦% ନୁହେଁ, ତା’ ଠାରୁ ଅଧିକ ହ୍ରାସ ହୋଇପାରେ ସିଲାବସ୍’

ଭୁବନେଶ୍ୱର(ସତ୍ୟଶିଖା): କରୋନା ଭୟାବହତା ଯୋଗୁ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏପରି ସ୍ଥିତିରେ ପରୀକ୍ଷା କରିବା ସମ୍ଭବପର ନ ହେବାରୁ CBSE ଓ ICSE ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ସ୍ଥଗିତ କରି ଦେଇଛନ୍ତି। ସ୍କୁଲ, କଲେଜ କେବେ ଖୋଲିବ, ନ ଖୋଲିବ ତାହା ଅନିଶ୍ଚିତତା ମଧ୍ୟରେ ଥିବା ବେଳେ CBSE ନିଜ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ର ୩୦% ହ୍ରାସ କରି ଦେଇଛି।
CBSE ସିଲାବସ୍ ହ୍ରାସ୍ କରିବା ପରେ ରାଜ୍ୟ ସରକାରଙ୍କ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ମନ୍ତ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି“, କରୋନାର କୋପ ଦିନକୁ ଦିନ ବଢ଼ି ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ କେବେ ଖୋଲାଯିବ ତାହା ସ୍ଥିର ହୋଇ ପାରି ନାହିଁ। ଅଗଷ୍ଟ ମାସରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ କେବଳ ୩୦% ନୁହେଁ, ତା’ ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ।”
ଆହୁରି ପଢ଼ନ୍ତୁ
ତେବେ ଯେପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ, ସେ ପର୍ଯ୍ୟନ୍ତ ସିଲାବସ୍ ବାବଦରେ କହିବା ଠିକ୍ ହେବ ନାହିଁ । ସ୍କୁଲ ଖୋଲିଲେ ସିବିଏସ୍ଇ ଢାଞ୍ଚାକୁ ଗୁରୁତର ସହ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ଉଲ୍ଲେଖଯୋଗ୍ୟ, କିଛି ତଳେ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ସିବିଏସ୍ଇ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍କୁ ୩୦% ହ୍ରାସ କରାଯିବ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟ ଖସଡ଼ାରୁ ବାଦ ଦିଆଯିବ।
ଆହୁରି ପଢ଼ନ୍ତୁ
[ad_2]