ଦେଶ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ଡିସଏନଗେଜମେଣ୍ଟ ପ୍ରକ୍ରିୟା ଆସନ୍ତା କିଛି ଦିନ ମଧ୍ୟରେ ଶେଷ ହେବ। ହଟ୍ ସ୍ପ୍ରିଙ୍ଗ ଓ ଗୋଗ୍ରାରୁ ବର୍ତ୍ତମାନ ଦୁଇ ସେନା ସେମାନଙ୍କର ଯବାନ, ସେନା ଶିବିର ଓ ଅସ୍ଥାୟୀ ଟେଣ୍ଟକୁ ପଛକୁ ଘୁଞ୍ଚଇବା ଆରମ୍ଭ କରିଛନ୍ତି। ଏହା ସଂପୂର୍ଣ୍ଣ ଶେଷ ହେବାକୁ ଆଉ କିଛି ଦିନ ଲାଗିବ ବୋଲି ଭାରତୀୟ ସେନା ସୂତ୍ରରୁ ଖବର ମିଳିଛି।

ଗତକାଲି ରାତିରୁ ହିଁ ଚାଇନା ସେନା ପଛକୁ ଘୁଞ୍ଚିବା ଆରମ୍ଭ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଡିସଏନଗେଜମେଣ୍ଟ ବୁଝାମଣା ଅନୁଯାୟୀ ଭାରତ ଓ ଚାଇନା ପ୍ରାୟ ୧ରୁ ୧.୫ କିମି ପଛକୁ ଘୁଞ୍ଚିବେ। ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଭାବେ ଶେଷ ହେବା ପରେ ପୁଣିଥରେ ଭାରତ ଓ ଚାଇନା ମଧ୍ୟରେ ବୈଠକ ବସିବ।

ଆହୁରି ପଢ଼ନ୍ତୁ

ଆର୍ମି ସ୍ତରରେ ହେବାକୁ ଥିବା ଏହି ବୈଠକରେ ଆଗକୁ ଏଲଏସିରେ କେମିତି ଦୁଇ ଦେଶ ପରସ୍ପର ସହ ଶାନ୍ତି ପ୍ରତିଷ୍ଠା କରି କାର୍ଯ୍ୟ କରିବେ, ତା’ ଉପରେ ଆଲୋଚନା ହେବ। ଭାରତ ଓ ଚାଇନା ମଧ୍ୟରେ ଦୀର୍ଘ ୩୪ଶହ କିମି ସୀମା ରହିଛି। ସୀମାର ସମସ୍ତ ସ୍ଥାନରେ କେମିତି ବିବାଦ ଆଗକୁ ସୃଷ୍ଟି ନ ହେବ, ତା’କୁ ଉଭୟ ଦେଶ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button