ସିନେମା

ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍ ବେଚାରାର ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମକୁ ହଲରେ ରିଲିଜ କରିବା ପାଇଁ ସୁଶାନ୍ତଙ୍କ ଫ୍ୟାନ ମାନେ ଦାବି କରୁଥିଲେ। ହେଲେ ଶେଷରେ ଏହାକୁ ଓଟିଟି ଫ୍ଲାଟଫର୍ମରେ ରିଲିଜ କରାଯାଇଛି। ଟ୍ରେଲର ରିଲିଜ ହେବା ପରେ ସୁଶାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସୁକତା ବଢ଼ି ଯାଇଛି। ଟ୍ରେଲର ରିଲିଜ୍‌ ହେବା ପରେ ପରେ ସୋଶାଲ ମିଡିଆରେ ଏହା ଟ୍ରେଣ୍ଡ କରୁଛି।

ଏହି ଫିଲ୍ମରେ ସୁଶାନ୍ତଙ୍କ ହିରୋଇନ୍ ହୋଇଛନ୍ତି ସଞ୍ଜନା ସାଘିଂ। ଫିଲ୍ମଟି ଜୁଲାଇ ୨୪ରେ ରିଲିଜ୍‌ ହେବ। ଓଟିଟି ପ୍ଲାଟଫର୍ମ ହଟ୍‌ଷ୍ଟାର ଡିଜ୍‌ନିରେ ଏହି ଫିଲ୍ମ ରିଲିଜ୍‌ ହେବ। ଦୁଇ କ୍ୟାନ୍ସସର ରୋଗୀଙ୍କ ଜୀବନୀକୁ ନେଇ ଏହି ଫିଲ୍ନ ତିଆରି ହୋଇଛି। ଜନ୍‌ ଗ୍ରୀନ୍‌ଙ୍କ ଉପନ୍ୟାସ Fault in Our Stars ଉପରେ  ଏହି ଫିଲ୍ମଟି ଆଧାରିତ।

ଆହୁରି ପଢ଼ନ୍ତୁ

ଜୁନ୍‌ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଜିମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ମୁମ୍ୱାଇ ପୁଲିସ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button