Uncategorizedସ୍ୱାସ୍ଥ୍ୟ

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୮ ହଜାର ୨୧୩ ରେ ପହଂଚିଲା : ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୪୩୯ ।

 ସତ୍ୟଶିଖା : ଚିନ୍ତା ବଢାଉଛି କରୋନା । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗି । ୨୪ ଘଂଟାରେ ୩୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩ରେ ପହଚିଂଛି । ସେହିପରି ନୁଆ ୨୦ ହଜାର ୯୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୫୪୪ରେ ପହଚିଂଛି । ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାର ୪୩୯ ଥିବା ବେଳେ ୩ ଲକ୍ଷ ୭୯ ହଜାର ୮୯୨ ଜଣ ଆକ୍ରାନ୍ତ ଅଛନ୍ତି ।

ଆନ୍ଧ୍ରପ୍ରଦେଶରେ ୧୯୮ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୭୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୨୮୬୪ ଜଣ, ଗୋଆରେ ୪ ଜଣ, ଗୁଜରାଟରେ ୧୮୮୬ ଜଣ, ହରିୟାଣାରେ ୨୫୧ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୧୫ ଜଣ, ଝାଡ଼ଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୭୨ ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୮୯ ଜଣ, ମହାରାଷ୍ଟ୍ରରେ ୮୧୭୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୭ ଜଣ ମୃତ ।

Show More
Back to top button