ଦେଶ

ଚାଇନିଜ୍‌ ଆପ୍‌ ବ୍ୟବହାର କରିବା ଛାଡ଼ିଲେ ମୋଦି

ନୂଆଦିଲ୍ଲୀ: ଭାରତ ସରକାର ୫୯ଟି ଚାଇନିଜ ଆପକୁ ବ୍ୟାନ୍‌ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ୱିବୋ ଆପକୁ ବାଏବାଏ କହିଛନ୍ତି। ଟ୍ୱିଟର ଭଳି ୱିବୋ ଆପ ଚାଇନାରେ ଉପଲବ୍ଧ ହେଉଥିଲେ।

ଏଥିରେ ମୋଦିଙ୍କ ଆକାଉଣ୍ଟ ମଧ୍ୟ ରହିଥିଲା। ଏଥିରେ ମୋଦି ଚାଇନିଜ୍‌ ଭାଷାରେ ମେସେଜ କରିବା ସହ ଫଟୋ ଓ ଭିଡିଓ ପୋଷ୍ଟ କରୁଥିଲେ। ହେଲେ ଆଜି ଏଗୁଡ଼ିକୁ ଡିଲିଟ କରିବା ସହ ଆକାଉଣ୍ଟରୁ ଓହରି ଯାଇଛନ୍ତି। ସେହିପରି ୱି ଚାଟ୍‌ରେ ଥିବା ଭାରତୀୟ ଦୂତାବାସ ଆକାଉଣ୍ଟରୁ ବି ମୋଦିଙ୍କ ଭାଷଣକୁ ହଟାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

୨୦୧୫ରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଚାଇନା ଗସ୍ତରେ ଯିବା ପୂର୍ବରୁ ୱିବୋରେ ଆକାଉଣ୍ଟ ଖୋଲିଥିଲେ। ହେଲେ ଏବେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚାଲିଥିବାରୁ ମୋଦି ଚାଇନିଜ ଆପକୁ ବାଏବାଏ କହିଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button