ହାତ ନାହିଁ ହେଲେ ଗୋଡ଼ କରୁଛି ସୁନ୍ଦର ଛବି, ଦେଖନ୍ତୁ ଭିଡିଓ


ନୂଆଦିଲ୍ଲୀ: କୁହାଯାଏ ଦୃଢ଼ ଇଛାଶକ୍ତି ଆଗରେ ସବୁ ପ୍ରତିକୂଳ ପରିସ୍ଥିତି ବି ହାରମାନେ। ଇଚ୍ଛା ଥିଲେ ସବୁ କିଛି ସମ୍ଭବ। ଏହି ଉକ୍ତି ପୁଣିଥରେ ପ୍ରମାଣିତ ହୋଇଛି। ଛତିଶଗଡ଼ର ଦିବ୍ୟାଙ୍ଗ ଗୋକରନ ପାଟିଲ୍ ନିଜର ଯାଦୁ ବଳରେ ସମସ୍ତଙ୍କୁ ବିସ୍ମିତ କରିଛନ୍ତି। ଜନ୍ମରୁ ସିନା ହାତ ନାହିଁ ହେଲେ ଗୋଡ଼ ତାଙ୍କର କଗଜ ଉପରେ ତୋଳି ଧରୁଛି ଅନେକ ସୁନ୍ଦର ସୁନ୍ଦର ଛବି।
ସୋଶାଲ ମଡିଆରେ ଗୋକରନ ପାଟିଲ ଆଙ୍କିଥିବା ଛବି ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଅନେକ ଲୋକ ସଲାମ ମଧ୍ୟ କରିଛନ୍ତି।
ଭାରତୀୟ ପ୍ରଶାସନିକ ସେବାର ଅଧିକରୀ ପ୍ରିୟଙ୍କା ଶୁକ୍ଳା ତାଙ୍କ ଟ୍ୱିଟର ପେଜରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଜଣେ ହାତ ନଥିବା ପିଲା ଗୋଡ଼ ସାହାଯ୍ୟରେ ସୁନ୍ଦର ଚିତ୍ର କରୁଛନ୍ତି।
इस वीडियो में पेंटिंग कररहे छ.ग के आर्टिस्ट श्री गौकरण पाटिल-श्रवणबाधित हैं और इनके हाथ भी नहीं हैं-फिरभी ये अपने परिश्रम से निरंतर आगे बढ़ रहे हैं!😊
श्री पाटिल निश्चित तौर पर उन सभी के लिए बड़ी प्रेरणा हैं जो जीवन की छोटी-छोटी समस्याओं से हार मान लेते हैं! #MondayMotivation pic.twitter.com/LN7yBN1pt3
— Priyanka Shukla (@PriyankaJShukla) June 29, 2020
ଆହୁରି ପଢ଼ନ୍ତୁ
ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ଗୋକରନ ପାଟିଲ ଛତିଶଗଡ଼ରେ ରୁହନ୍ତି। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। ହେଲେ ସେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଡ଼ର ଆଙ୍ଗୁଠି ଦ୍ୱାରା ସେ ଯେଉଁ ଚିତ୍ର ଆଙ୍କୁଛନ୍ତି ତାହା ଅତି ଚମତ୍କାର। ସେ ଭିଡିଓ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ଏବଂ ଜୀବନରେ ଆସୁଥିବା ଛୋଟ ବଡ଼ ପରିସ୍ଥତିର ସାମ୍ନା କରୁଥିବା ବ୍ୟକ୍ତିଙ୍କ ପାଇଁ ଗୋକରନ ପ୍ରେରଣା ବୋଲି କହିଛନ୍ତି।
श्री गौकरण पाटिल की कुछ सुंदर रचनाएँ 😊 pic.twitter.com/ihLpnzt2xX
— Priyanka Shukla (@PriyankaJShukla) June 29, 2020
ଆହୁରି ପଢ଼ନ୍ତୁ
[ad_2]