ୟୁରୋପ ଆକାଶରେ ୬ ମାସ ଉଡିପାରିବନି ପାକିସ୍ତାନ ବିମାନ


ନୂଆଦିଲ୍ଲୀ: ଆସନ୍ତା ୬ ମାସ ଯାଏଁ ୟୁରୋପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ବିମାନ ଉଡ଼ାଣ ବ୍ୟାନ ହୋଇଛି। ଏହି ପ୍ରତିବନ୍ଧକ ଲଗାଇଛି ୟୁରୋପୀୟ ଆକାଶପଥ ନିରାପତ୍ତା ସଂସ୍ଥା (EASA)। ଜୁଲାଇ ୧ ଅର୍ଥାତ ଆସନ୍ତାକାଲିଠାରୁ ଆଗାମୀ ୬ ମାସ ଯାଏଁ ୟୁରୋପ ଆକାଶରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାଲାଇନ୍ସର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏନେଇ ବିମାନ ଉଡ଼ାଣ ସଂସ୍ଥା ମୁଖପାତ୍ର ସୂଚନା ଦେଇଛନ୍ତି। ପାକିସ୍ତାନର ୨୬୨ ପାଇଲଟଙ୍କ ଫେକ୍ ଲାଇସେନ୍ସ ଧରାପଡ଼ିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଜାଲ ଲାଇସେନ୍ସ ରଖିବା ଅଭିଯୋଗରେ ୧୪୧ ଜଣ ପାକିସ୍ତାନୀ ପାଇଲଟଙ୍କୁ ହଟାଇଥିଲା ପାକିସ୍ତାନ ବିମାନ ଚଳାଚଳ ମନ୍ତ୍ରାଳୟ।
ଆହୁରି ପଢ଼ନ୍ତୁ
ଗତମାସରେ ପାକିସ୍ତାନର ଏକ ବିମାନ ଅବତରଣ କରିବା ପୂର୍ବରୁ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଜୀବିତ ଥିଲେ। ତେବେ ଏହି ଦୁର୍ଘଟଣା ମନୁଷ୍ୟକୃତ ଥିଲା ବୋଲି ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
[ad_2]