ଏଲଏସି ବିବାଦ: ଜଳପଥରେ ଭାରତ-ଜାପାନ ସେନାର ମିଳିତ ସମରାଭ୍ୟାସ


ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚାଇନା ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଏବେ ଏହାର ମୁକାବିଲା ପାଇଁ ନୂଆ ରଣନୀତି ଆପଣାଇବାର ସଙ୍କେତ ଦେଇଛି ନୂଆଦିଲ୍ଲୀ। ଚାଇନା ସହ ତିକ୍ତତା ମଧ୍ୟରେ ଭାରତ ଓ ଜାପାନ ମିଳିତ ଭାବେ ଯୁଦ୍ଧ ଜାହାଜ ଦ୍ୱାରା ସମରକଳା ଦେଖାଇଛନ୍ତି।
ଭାରତ ମହାସାଗର ଅଞ୍ଚଳର ମାଲକା ଷ୍ଟ୍ରଏଟ ଠାରେ ଏଭଳି ସମରାଭ୍ୟାସ କରାଯାଉଛି। ଭାରତୀୟ ଯୁଦ୍ଧ ତୋପ ଏହି ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଛି। ଭାରତ ନୌସେନାର ରାଜପୁତ କ୍ଲାସ ଡେଷ୍ଟ୍ରୋୟର ଆଇଏନଏସ ରାଣା, କୋରା କ୍ଲାସ ମିସାଇଲ କରୋଭେଟ୍ଟ ଆଇଏନଏସ୍ କୁଲିଶ ଏହି ସମରାଭ୍ୟାସରେ ଭାଗ ନେଇଥିଲେ। ସେହିପରି ଜାପାନର ଜେଏସ୍ ଶିମୁମାୟୁକି ଓ ଜେଏସ କଶିମା ମଧ୍ୟ ସାମିଲ ହୋଇ ନିଜର କ୍ଷମତା ଦେଖାଇଥିଲେ।
ଆହୁରି ପଢ଼ନ୍ତୁ
ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଭାରତ ମହାସାଗର ଅଞ୍ଚଳରେ ୩ଟି ଆମେରିକାନ ଏୟାରକ୍ରାଫ୍ଟ କ୍ୟାରିୟର୍ସ ଯଥା ୟୁଏସଏସ ରୋନାଲ୍ଡ ରେଗାନ, ୟୁଏସଏସ ଥେଡୋରେ ରୋଜେଭେଲଟ ଓ ୟୁଏସଏସ ନିମିତିଜ ମଧ୍ୟ ମୁତୟନ କରାଯାଇଥିଲା।
ଆହୁରି ପଢ଼ନ୍ତୁ
[ad_2]