ରାଜ୍ୟ

ଗାଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର – Satyasikha

ନୀଳଗିରି (ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଉଁଶବଣିଆ ଗାଁର ଏକ ଗାଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଜଣାପଡ଼ିନଥିବା ବେଳେ ସେ ମହାପାତ୍ରଣି ଗାଁରେ ଘର ଜ୍ୱାଇଁ ହୋଇ ରହୁଥିଲେ।

ଆହୁରି ପଢ଼ନ୍ତୁ

ଆଜି ସକାଳେ ଯୁବକଙ୍କ ମୃତଦେହ ଗଡ଼ିଆରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଡ଼ିଆକୁ ମାଛ ଧରିବାକୁ ଯାଇଥିବା ବେଳେ ଯୁବକଜଣଙ୍କ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button