ରାଜ୍ୟ
ଶ୍ରୀବିହାର ଅଞ୍ଚଳରେ କୋଠା ନିର୍ମାଣ କାମ ବନ୍ଦ କଲା ବିଏମସି


ଭୁବନେଶ୍ୱର (ସତ୍ୟଶିଖା): ବାହାର ରାଜ୍ୟରେ ଶ୍ରମିକ ଆସି କାମ କରୁଥିବାରୁ ଭୁବନେଶ୍ୱର ସ୍ଥିତ ଶ୍ରୀବିହାର ଅଞ୍ଚଳରେ ଏକ ବିଲ୍ଡିଂର ନିର୍ମାଣ କାମ ବନ୍ଦ କରିଛି ବିଏମସି। ମୁର୍ଶିଦାବାଦରୁ ଆସିଥିବା ୨୧ ଜଣ ଯୁବକ ଏହି କାମରେ ନିୟୋଜିତ ହୋଇଥିଲେ। ଏହି ଶ୍ରମିକମାନେ କ୍ୱାରେଣ୍ଟାଇନରେ ନ ରହି ସିଧାସଳଖ ଏହି ବିଲ୍ଡିଂ କାମରେ ନିୟୋଜିତ ଥିଲେ। ଏଥିସହ ଆଖପାଖ ଦୋକାନକୁ ଏହି ଶ୍ରମିକମାନେ ଯାଇ କିଣାକିଣି କରୁଥିଲେ। ତେଣୁ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିଲ୍ଡିଂ କାମ ବନ୍ଦ କରିବାକୁ ମଧ୍ୟ କୁହାଯାଇଛି।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନକୁ ବଢ଼ୁଛି। ଏଯାବତ୍ ଏହି ସଂଖ୍ୟା ୨୭୪ରେ ପହଞ୍ଚିଛି। ୧୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ତିନି ଜଣଙ୍କର ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ
[ad_2]