ଦେଶ

ହାତଗଣ୍ଠି ପରେ ଚାଲିଗଲା ଜୀବନ, କରୋନା ଡରରେ କନ୍ୟାକୁ ଫେରାଇ ଦେଲା ମେଡିକାଲ

କନୌଜ : ହସଖୁସି ଆନନ୍ଦ ଭିତରେ ସମସ୍ତେ ଥିଲେ ମସଗୁଲ। ବନ୍ଧୁବାନ୍ଧବ ପରିବାର ସମ୍ପର୍କୀୟଙ୍କ ମଧ୍ୟରେ ଥିଲା ଜବରଦସ୍ତ ଖୁସିର ମାହୋଲ। ବ୍ରାହ୍ମଣ ମନ୍ତ୍ର ପଢ଼ୁଥିଲା। ହାତଗଣ୍ଠି ବି ପଡ଼ିସାରିଥିଲା । ବାକି ଥିଲା ବାହାବେଦୀ ଚାରିପଟେ ବର-କନ୍ୟା ସାତଫେରା ବୁଲିଥାନ୍ତେ। ହେଲେ ନିୟତି ଖେଳିଳା ବିଚିତ୍ର ଖେଳ। ବିବାହ ମଉଜ ଭିତରେ ହଠାତ୍‌ ଦୁଃଖର ବାଦଲ ମାଡ଼ିଆସିଲା। ଆଉ ଏକ ରଙ୍ଗିନ ଉତ୍ସବକୁ ଫିକା କରିଦେଲା। କନ୍ୟାକୁ ଘରକୁ ନେବା ପୂର୍ବରୁ ଚାଲିଗଲା ଜୀବନ। କରୋନା ସମୟରେ ଚିକିତ୍ସା ପାଇଁ ଔଷଧ ନମିଳିବାରୁ ଶେଷରେ ଜୀବନ ହାରିଥିଲା କନ୍ୟା।

ଘଟଣାଟି ଏମିତି ୟୁପିର କନୌଜର ଠଠିୟା ଥାନା ଇଲାକାର ଭଗୱତପୁରା ଗାଁରେ ଘଟିଛି। ଏଠିକାର ବିନିତା ନାମ୍ନୀ ଜଣେ ଝିଅର କାନପୁରର ସଞ୍ଜୟଙ୍କ ସହ ବିବାହ ହେଉଥିଲା। ବିବାହ ଉତ୍ସବରେ ସାରା ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା। ବେଦୀରେ ବର-କନ୍ୟା ବସିଥିଲେ। ବାହାଘର କାର୍ଯ୍ୟବି ଚାଲିଥିଲା। ତେବେ ହଠାତ୍ କନ୍ୟା ବିନିତାଙ୍କ ଦେହ ଖରାପ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ

ପରିବାର ଲୋକେ ବିନିତାଙ୍କୁ ଏକ ବେସରକାରୀ ହସପିଟାଲକୁ ନେଇଯାଇଥିଲେ।  ହେଲେ ସେଠାରେ ଡାକ୍ତର କରୋନା ଭୟରେ ତାଙ୍କର ଚିକିତ୍ସା କରି ନ ଥିଲେ। ପରେ ଯୁବତୀଙ୍କୁ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଦେଖି ଅବସ୍ଥା ସଙ୍କଟାପନ୍ନ ଥିବାରୁ କାନପୁର ରେଫର କରିଦେଇଥିଲେ। ସେଠାରେ ବି କରୋନା ଭୟରେ ତାଙ୍କୁ ଦେଖିବାକୁ ଡାକ୍ତର ମନାକଲେ। ଆଉ ଶେସରେ ଚିକିତ୍ସା ନମିଳିବାରୁ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଆଉ ଶେଷରେ ନିରାଶ ହୋଇ ବର ନିଜ ଘରକୁ ଫେରିଯାଇଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button