ବିଦେଶ

ଫାଇଟର ଜେଟ୍ ଟ୍ରେନିଂ ନେବାକୁ ଭାରତକୁ କହିଲା ଆମେରିକା

ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକା ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆକୁ ଫାଇଟର ଜେଟ୍ ଟ୍ରେନିଂ ଦେବାକୁ ପ୍ରସ୍ତାବ ଦେଇଛି। ଏସିଆ ମହାଦେଶର ଶକ୍ତି ବୃଦ୍ଧି କରିବା ସହିତ ଏଲଏସିରେ ଚୀନକୁ ଚେକ୍ ଦେବା ପାଇଁ ଆମେରିକା ପ୍ରସ୍ତୁତ କରିଥିବା ରଣନୀତି ମଧ୍ୟରୁ ଏହା ଅନ୍ୟତମ ବୋଲି କୁହାଯାଉଛି।

ଚଳିତ ବର୍ଷ ଅକ୍ଟୋବରରେ ଆମେରିକାରେ ନ୍ୟାଶନାଲ ଡିଫେନ୍ସ ଅଥରାଇଜେସନ ଆକ୍ଟ (ଏନଡିଏଏ) ଆରମ୍ଭ ହେବାକୁ ଯାଉଛି। ଗୁରୁବାର ଏ ନେଇ ସିନେଟରେ ଏକ ବିଲ୍ ଆଣିଛି ଆମେରିକା ସରକାର। ଏହି ବିଲ ଜରିଆରେ ଆମେରିକା; ଭାରତ, ଜାପାନ, ଅଷ୍ଟ୍ରେଲିଆକୁ ଫାଇଟର ଜେଟ୍ ଟ୍ରେନିଂ ଦେବାକୁ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ

ଗୁରୁବାର ଏ ନେଇ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଥିଲେ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶ ପ୍ରତି ଚୀନର ବିପଦ ରହିଛି। ଆବଶ୍ୟକ ପଡ଼ିଲେ ଚୀନର ପିପୁଲସ ଲିବରେଶନ ଆର୍ମିର ମୁକାବିଲା କରିବା ପାଇଁ ଆମେରିକା ସେନା ମୁତୟନ କରିବ। ତେବେ ଆମେରିକା ସରକାର ସିନେଟରେ ଏହି ବିଲ୍ ରଖିବାର ଛଅ ମାସ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଏନଜି ଇଂଗ ହେମ ଗୁଆମର ଏକ ଫାଇଟର ଜେଟ୍ ଟ୍ରେନିଂ କ୍ୟାମ୍ପ ପ୍ରତିଷ୍ଠା କରିବା ପାଇଁ ସିଙ୍ଗାପୁର ଓ ଜାପାନ ସହିତ ଏକ ଚୁକ୍ତି କରିଥିଲେ।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button