ଚୀନ୍, ନେପାଳ ପରେ ଭାରତ ପାଇଁ ସମସ୍ୟା ଛିଡ଼ା କଲା ଭୁଟାନ୍


ନୂଆଦିଲ୍ଲୀ: ଚୀନ୍, ନେପାଳ ପରେ ପଡ଼ୋଶୀ ଭୁଟାନ୍ ଭାରତ ପାଇଁ ନୂଆ ସମସ୍ୟା ଛିଡ଼ା କରିଛି। ଭୁଟାନର ନଦୀରୁ ଆସାମ ଆଡ଼କୁ ଆସୁଥିବା ଜଳସେଚିତ ପାଣିକୁ ରୋକି ଦେଇଛି। ଭୁଟାନର ଏହି ନିଷ୍ପତ୍ତି ଏବେ ଆସାମର ବକ୍ସା ଜିଲ୍ଲାର ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି। ଏବେ ଚାଷ କରିବାରେ ଅନେକ ସମସ୍ୟା ଉପୁଜୁଥିବା ବକ୍ସା ଜିଲ୍ଲାର ଚାଷୀ କହିଛନ୍ତି। ଏମିତିକି ଭୁଟାନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
Now, Bhutan stops irrigation water for Indian farmers https://t.co/A67wcDiHGj
— Subramanian Swamy (@Swamy39) June 25, 2020
ଆହୁରି ପଢ଼ନ୍ତୁ
ଭୁଟାନ ଏବେ ନିଜ ଦେଶର ପାଣି ଭାରତକୁ ନ ଛାଡ଼ିବା ପରେ ସୀମାରେ ଥିବା ଚାଷୀ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୩ ପରେ ଆସାମର ବକ୍ସା ଜିଲ୍ଲା ଏବଂ ଅନ୍ୟ ଜିଲ୍ଲାର ଚାଷୀ ଭୁଟାନରୁ ଆସୁଥିବା ପାଣିରେ ଚାଷ କାମ କରୁଥିଲେ। ଏବେ ଭୁଟାନର ଏହି ନିଷ୍ପତ୍ତି ପରେ ଆସାମର ପାଖାପାଖି ୨୫ଟି ଗାଁର ଲୋକମାନେ ଅନେକ ସମସ୍ୟାରେ ପଡ଼ିଛନ୍ତି। ଭୁଟାନର ଏହି ନିଷ୍ପତ୍ତିକୁ ନେଇ ଗୁରୁବାର ଚାଷୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ଆସାମର ବକ୍ସା ଜିଲ୍ଲାର ଚାଷୀ ବ୍ୟତୀତ ସାଧାରଣ ଲୋକମାନେ ମଧ୍ୟ ଭୁଟାନର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏମିତିକି ଭୁଟାନକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲେ ଚାଷୀ। କେନ୍ଦ୍ର ସରକାର ଏ ଦିଗରେ ତୁରନ୍ତ ସମାଧାନ କରିବା ଦରକାର ବୋଲି ଚାଷୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଲଦାଖ ସୀମାରେ ଚୀନ ସହିତ ଭାରତର ବିବାଦ ଜାରି ରହିଛି। ଏହାରି ଭିତରେ ନେପାଳ ଭାରତର ଜମିକୁ ଜୋର ଜବରଦସ୍ତି ନିଜ ନକ୍ସାରେ ସାମିଲ୍ କରିଛି। ଯାହାକୁ ନେଇ ଏବେ ଚୀନ୍ ପରେ ନେପାଳ ସହିତ ଭାରତର ସମ୍ପର୍କ ଖରାପ ରହିଛି।
ଆହୁରି ପଢ଼ନ୍ତୁ
[ad_2]