‘ଜୁଲାଇ ୩୧ ଯାଏ ସ୍କୁଲ୍ ବନ୍ଦ ରହିବ’


ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦିଲ୍ଲୀରେ ଜୁଲାଇ ୩୧ ଯାଏ ସ୍କୁଲ ବନ୍ଦ ରହିବ। ଏ ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା କହିଛନ୍ତି। ଶିକ୍ଷା ବିଭାଗ ସହିତ ଶୁକ୍ରବାର ବୈଠକ କରିବା ପରେ ସିସୋଦିଆ ଏହା କହିଛନ୍ତି।
ଏବେ ଅନଲାଇନ୍ କ୍ଲାସ୍ ଜାରି ରହିଛି। ଉଭୟ ସରକାରୀ, ବେସରକାରୀ, ସହାୟକ, ଏନଡିଏମସି ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢ଼ୁଥିବାରୁ ସ୍କୁଲ ବନ୍ଦ ରହିଲେ ପାଠ ପଢ଼ାରେ କୌଣସି ଅସୁବିଧା ହେବ ନାହଁ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ବଢ଼ି ଚାଲିଛି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସ୍କୁଲ ଖୋଲିଲେ ଅଧିକ ସମସ୍ୟା ଉପୁଜିପାରେ ତେଣୁ ସରକାର ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
କରୋନା ଭ୍ୟାକସିନ୍ ବାହାରି ନାହିଁ। ତେଣୁ ସ୍କୁଲ ଯେବେ ଖୋଲିବ ନୂଆ ଢାଞ୍ଚାରେ ପାଠ ପଢ଼ାଯିବା ଦରକାର ବୋଲି ନିକଟରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ସିସୋଦିଆ।






