ଟିଭି

ଡିପ୍ରେସନ୍‌ରେ ଅଛନ୍ତି ଏହି ଟେଲି କଳାକାର, ସୋଶାଲ୍‌ ମିଡିଆରେ ମାଗିଲେ କାମ

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଉଭୟ ଫିଲ୍ମ ଓ ଧାରାବାହିକଗୁଡ଼ିକର ଶୁଟିଂ ଏବେ ବନ୍ଦ ରହିଛି। ସେଥିପାଇଁ ଏହି ଶିଳ୍ପ ସହିତ ଜଡ଼ିତ ଲୋକେ ଭାରି ହଇରାଣ ହେଉଛନ୍ତି। ଏମିତିକି ଅନେକ କଳାକାର ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଛୋଟ ପରଦାର ଲୋକପ୍ରିୟ କଳାକାର ଶର୍ଦୁଲ୍‌ ପଣ୍ଡିତ ମଧ୍ୟ ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି। ନିଜ ଆର୍ଥିକ ସମସ୍ୟା ନେଇ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେ ଏକ ପୋଷ୍ଟ କରିଛନ୍ତି।

ସିରିଏଲ୍‌ ‘ବିନ୍ଦିଆ’, ‘ସିଦ୍ଧି ବିନାୟକ’, ‘କିତ୍‌ନୀ ମୋହବ୍ବତ ହୈ’ ରେ କାମ କରିଥିବା ଶର୍ଦୁଲ୍‌ କହିଛନ୍ତି ଯେ ଲକ୍‌ଡାଉନ୍‌ ପାଇଁ ତାଙ୍କର ରୋଜଗାର ବନ୍ଦ ହୋଇଯାଇଛି। ସେଥିପାଇଁ ସେ ଡିପ୍ରେସନ୍‌ରେ ଅଛନ୍ତି। ଏଥିପାଇଁ ସେ ମୁମ୍ବାଇ ଛାଡ଼ି ଘରକୁ ଯିବାକୁ ବି ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି।

ଆହୁରି ପଢ଼ନ୍ତୁ

ଶର୍ଦୁଲ୍ ତାଙ୍କ ପୋଷ୍ଟର କ୍ୟାପ୍ସନ୍‌ରେ ଲେଖିଛନ୍ତି ଯେ ସେ କାମ ଖୋଜୁଛନ୍ତି ଏବଂ ଜୀବନର ବହୁତ କଠିନ୍‌ ସମୟ ଦେଇ ଗତି କରୁଛନ୍ତି।

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୁଁ କାମ ମାଗୁଛି। ଏକଥା ଆଦୌ ଭୁଲ୍‌ ନୁହେଁ। ଆପଣ ଯଦି ଏହି ପୋଷ୍ଟ ପଢୁଛନ୍ତି, ତା’ହେଲେ ମୋତେ ସାହାଯ୍ୟ କରନ୍ତୁ। ଶର୍ଦୁଲ୍‌ ଏ ଆଶାନ୍ତି ମଧ୍ୟରେ ଆସି ମରିଯାଇଥା’ନ୍ତା। କିନ୍ତୁ ତା ପାଖରେ ଅଙ୍କିତା, କରନ ପଟେଲ୍‌, ପ୍ରୀତି ପଲକ, ବିନୟକ ଦୁବେ, ଋଚିକା ପଣ୍ଡିତ୍‌ ଏବଂ ଚାରୁ ମେହେରା ପରି ଭଲ ସାଙ୍ଗ ଅଛନ୍ତି, ଯେଉଁମାନେ ତାକୁ ସାହାଯ୍ୟ କରୁଛନ୍ତି।” ଏଥିସହ ଯଦି ଆଗକୁ ତାଙ୍କୁ କିଛି କାମ ନମିଳେ, ତା’ହେଲେ ସେ ଗାଁକୁ ପଳେଇବେ ବୋଲି କହିଛନ୍ତି।

 



[ad_2]

Show More
Back to top button