ରାଜ୍ୟ

ଫେକ୍‌ ଫୋନ୍‌ କଲରୁ ଆକାଉଣ୍ଟ ଫାଙ୍କା! ଥାନାରେ ମହିଳା

ଭୁବନେଶ୍ୱର(ସତ୍ୟଶିଖା): ସାଇବର ଲୁଟ୍‌ରେ ଶିକାର ହେଲେ ମହିଳା। କ୍ରେଡିଟ୍‌ କାର୍ଡରୁ ୬୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ। କ୍ରେଡିଟ୍ କାର୍ଡ ଆକ୍ଟିଭ୍‌ କରେଇଦେବା ନାଁରେ ତଥ୍ୟ ମାଗି ଲୁଟିଛନ୍ତି ସାଇବର ଠକ। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଏନେଇ ମହିଳା ଜଣକ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ପୂରା ଘଟଣାଟି ଏମିତି। ଗତକାଲି ଜୟଦୁର୍ଗାନଗର ମଧୁମିତା ପଟ୍ଟନାୟକଙ୍କ ପାଖକୁ ଏକ ଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ମହିଳା ଜଣକ ହିନ୍ଦୀରେ କଥା ହେଉଥିଲେ। ସେ ଏକ୍ସିସ୍‌ ବ୍ୟାଙ୍କରୁ ଫୋନ୍‌ କରିଛନ୍ତି ବୋଲି କହିଥିଲେ। ପରେ କ୍ରେଡିଟ୍‌ କାର୍ଡ ଆକ୍ଟିଭେଟ୍‌ କରିବାକୁ ନମ୍ୱର ମାଗିଥିଲେ। ତାଙ୍କ କଥାରେ ପଡ଼ି ଶ୍ରୀମତୀ ପଟ୍ଟନାୟକ ନମ୍ୱର ଦେଇଥିଲେ। ପରେ ଏକ ଓଟିପି ନମ୍ୱର ଆସିଥିଲା। ଆଉ ତା’ପରେ ଶ୍ରୀମତୀ ପଟ୍ଟନାୟକ ଓଟିପି ଦେଇଥିଲେ। ଏହା ପରେ ହଠାତ୍‌ ଟଙ୍କା ଟ୍ରାଞ୍ଜେକ୍‌ସନ୍‌ ହୋଇଥିବାର ଏକ ମେସେଜ ଆସିଥିଲା।

ମେସେଜ୍‌ ଦେଖି ଫୋନ୍‌ କରିଥିବା ମହିଳାଙ୍କୁ ଶ୍ରୀମତୀ ପଟ୍ଟନାୟକ ସଙ୍ଗେ ସଙ୍ଗେ ପଚାରିଲେ ଟ୍ରାଞ୍ଜେକ୍‌ସନ୍‌ କେମିତି ହେଲା ପଚାରିଥିଲେ? ଆଉ ଏହାର ଉତ୍ତରରେ ଫୋନ୍‌ କରିଥିବା ମହିଳା ଜଣକ କହିଲେ, ଆପଣଙ୍କ ଆକାଉଣ୍ଟରୁ କୌଣସି ଟଙ୍କା କଟିନାହିଁ। ଆପଣଙ୍କ କ୍ରେଡିଟ୍‌କାର୍ଡ ଆକ୍ଟିଭେଟ୍‌ ହୋଇଯାଇଛି, ଆପଣ ବ୍ୟବହାର କରିପାରିବେ। ତେବେ ଏଥିରେ କାହିଁକି ଶ୍ରୀମତୀ ପଟ୍ଟନାୟକଙ୍କ ମନରେ ସନ୍ଦେହ ହୋଇଥିଲା। ସେ ଆଉ ଥରେ ଆସିଥିବା ନମ୍ୱରରେ ଫୋନ୍‌ କରିଥିଲେ। ମାତ୍ର ମୋବାଇଲ୍‌ ନମ୍ୱରଟି ବନ୍ଦ ରହିଥିଲା। ଏହା ପରେ ଶ୍ରୀମତୀ ପଟ୍ଟନାୟକ ଫୋନ୍‌ କରି କ୍ରେଡିଟ୍‌ କାର୍ଡଟିକୁ ବ୍ଳକ କରିଦେଇଥିଲେ। ଏଥିରୁ ୬୦,୦୦୦ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

 

[ad_2]
Show More
Back to top button