ୟୁପି ବିରୋଧୀ ଦଳ ନେତାଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି


ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ରାମ ଗୋବିନ୍ଦ ଚୌଧୁରୀ ମହାମାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଜି ଲକ୍ଷ୍ନୌରୁ ଚିହ୍ନଟ ହୋଇଥିବା ନୂଆ ୧୪ ଜଣଙ୍କ ମଧ୍ୟରେ ରାମ ଗୋବିନ୍ଦ ରହିଛନ୍ତି। ଫଳରେ କେବଳ ଲକ୍ଷ୍ନୌରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୩କୁ ବୃଦ୍ଧି ପାଇଛି।
ଗୌତମପାଲିରେ ରହୁଥିବା ରାମ ଗୋବିନ୍ଦ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଏସଜିପିଜିଆଇଏମଏସ୍କୁ ମଧ୍ୟାହ୍ନ ୧୨ଟା ବେଳେ ସ୍ଥାନାନ୍ତର କରାଯାଇଛି। ସୋମବାର ରାମ ଗୋବିନ୍ଦ ଶ୍ୱାସକ୍ରିୟା ଓ ଜ୍ୱର ଅନୁଭବ କରିବାରୁ ତାଙ୍କୁ ସହିଦ ପଥଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଆହୁରି ପଢ଼ନ୍ତୁ
ସେଠାରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି। ଚିଫ ମେଡିକାଲ ଅଫିସରଙ୍କ ମୁଖପାତ୍ର ଯୋଗେଶ ରଘୁବଂଶୀ କହିଛନ୍ତି,“ନିକଟରେ ରାମ ଗୋବିନ୍ଦ ବାଲ୍ଲିଆ ଗସ୍ତ କରିଥିଲେ। ତେଣୁ ତାଙ୍କ ସ୍ପସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜାଯାଉଛି।
ତାଙ୍କ ପରିବାର ଲୋକଙ୍କ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କର କରୋନା ଟେଷ୍ଟ କରାଯିବ।”