ବିଦେଶ

ମଙ୍ଗଳବାର ନେପାଳ ସଂସଦର ଉପର ଗୃହରେ ଆଗତ ହେବ ନୂଆ ନକ୍ସା

କାଠମାଣ୍ଡୁ: ଭାରତୀୟ ନକ୍ସାରେ ଥିବା କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରାକୁ ନେପାଳ ନିଜ ନକ୍ସାରେ ସାମିଲ୍ କରି ନିମ୍ନ ସଦନରେ ବିଧେୟକ ପାରିତ କରିଛି। ଏବେ ମଙ୍ଗଳବାର ଏହି ବିଧେୟକକୁ ଉପର ସଦନରେ ପାରିତ କରିବେ ନେପାଳ ସରକାର। ଏବା ପୂର୍ବରୁ ନେପାଳ ସରକାର ରବିବାର ଦିନ ଏହି ବିଧେୟକକୁ ଉପର ସଦନରେ ଆଗତ କରିଛି।

ଆହୁରି ପଢ଼ନ୍ତୁ

ଏହି ବିଧେୟକ ବା ବିଲକୁ ପାସ୍ କରିବାକୁ ହେଲେ ମଙ୍ଗଳବାର ଗୃହରେ ଭୋଟ୍ ହେବ। ଉପର ସଦନରେ ବିଧେୟକ ଗୃହୀତ ହେଲେ ଏହି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀଙ୍କ ନିକଟକୁ ପଠାଯିବ।

ତେବେ ଏହି ବିଧେୟକକୁ ଭାରତ ଆରମ୍ଭରୁ ବିରୋଧ କରିଆସୁଛି। ଏହାକୁ ନେଇ ଦେଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଖରାପ ହୋଇଛି। ଭାରତ ଏହି ବିଧେୟକ ବା ପ୍ରସ୍ତାବକୁ କେବେ ଗ୍ରହଣ କରିବ ନାହିଁ ବୋଲି କହି ଦେଇଛି। ଶନିବାର ନେପାଳ ସଂସଦର ନିମ୍ନ ଗୃହରେ ଏହି ବିବାଦୀୟ ବିଧେୟକ ପାରିତ ହୋଇଥିଲା। ହେଲେ ସଂସଦରେ ଯେଉଁ ତଥ୍ୟ ପ୍ରମାଣ ସ୍ୱରୂପ ଦିଆଯାଇଛି ତାହା ଐତିହାସିକ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ଭାରତ କହିଛି।

[ad_2]
Show More
Back to top button