ଦେଶ

ରାଜଧାନୀରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ପ୍ରାୟ ୪ ହଜାର ପଜିଟିଭ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସ୍ଥିତିକୁ ଦିନିକିଆ ପଜିଟିଭ ଚିହ୍ନଟ ମାମଲାରେ ପଛରେ ପକାଇ ଦେଇଛି ଦେଶର ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ ଆଜି ଗୋଟିଏ ଦିନରେ ରେକର୍ଡ ୩୯୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନ ଠାରୁ କୌଣସି ରାଜ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ହେଲେ ଚିହ୍ନଟ ହୋଇ ନଥିଲେ।

ଆହୁରି ପଢ଼ନ୍ତୁ

କିନ୍ତୁ ଆଜି ଦିଲ୍ଲୀର ପଜିଟିଭ ସଂଖ୍ୟା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆଜି ଦିଲ୍ଲୀରେ ୩୯୪୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬,୬୦୨କୁ ବୃଦ୍ଧି ପାଇଛି। ସେହିପରି ଆଜି ୬୮ ଜଣଙ୍କ ମୁଣ୍ଡ ନେଇଛି କରୋନା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ୨୭୧୧ ଜଣ କରୋନା ରୋଗରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ଏଯାଏ ୩୯,୩୧୩ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୪,୯୮୮ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

[ad_2]
Show More
Back to top button