ରାଜ୍ୟ

କଟକରୁ ଆଉ ୨ଟି ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଯାଇଛି।

ଏହି ୨ ମୃତକ କଟକର। ଉଭୟଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଉଭୟ ପୁରୁଷ ହୋଇଥିବା ବେଳେ ଜଣଙ୍କୁ ୭୧ ବର୍ଷ ଓ ଅନ୍ୟ ଜଣଙ୍କୁ ୫୩ ବର୍ଷ ହୋଇଥିଲା।

୭୧ ବର୍ଷୀୟ ବୃଦ୍ଧ ଜଣଙ୍କ ଡାଇବେଟିସ୍ ଓ କୀଡ୍‌ନୀ ଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି ୫୩ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌ରେ ପୀଡ଼ିତ ଥିଲେ।

ଆହୁରି ପଢ଼ନ୍ତୁ

ଏହି ଦୁଇ ମୃତ୍ୟୁ ସହିତ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଯାଇଛି। ଏଠାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁ ପଛରର କାରଣ କରୋନା ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଥିବା ବେଳେ ପୁରୀରୁ ଜଣେ ଓ ବରଗଡ଼ରୁ ଜଣେ ଅଛନ୍ତି। ସେହିଭଳି ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଥିବା ବେଳେ ୩୮୬୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୫୮୩ ଜଣ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button