ରାଜନୀତି

ସାଢ଼େ ୪ କୋଟି ଓଡ଼ିଆଙ୍କ ବିଜୟ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ଏହା ସାଢେ଼ ୪କୋଟି ଓଡ଼ିଆଙ୍କ ବିଜୟ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାଢେ଼ ୪ କୋଟି ଓଡ଼ିଆ ଲୋକଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁଁ ପୁରୀରେ ରଥଯାତ୍ରା ନିମନ୍ତେ ଅନୁମତି ସମ୍ଭବ ହୋଇପାରିଛି। ସାଢେ଼ ୪ କୋଟି ଓଡିଆ ଏବଂ ସାରା ବିଶ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇଥିବାରୁ ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ। ଅଗଣିତ ଜନତାଙ୍କର ବିଶ୍ୱାସ, ପରମ୍ପରା, ଭାବାବେଗକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସବୁବେଳେ ଆଗୁଆ। ବିନା ଭକ୍ତ ସମାଗମରେ ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ। ସର୍ତମୂଳକ ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିବାବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି। କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ଯେଉଁ ସମ୍ଭାବ୍ୟ ସହଯୋଗ ରଖିଛନ୍ତି ତାକୁ ମଧ୍ୟ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରଥଯାତ୍ରା ପାଇଁ ଶ୍ରୀ ପ୍ରଧାନ ମଧ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ରାଜ୍ୟ ସରକାର, ଛତିଶାନିଯୋଗ,ସେବାୟତ ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ଓ ଉଦ୍ୟମକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

[ad_2]
Show More
Back to top button