Uncategorizedଧର୍ମରାଜ୍ୟ
କୌଣସି ଜାଗାରେ ବି ଗଡିବନି ମହାପ୍ରଭୁଙ୍କ ରଥ !


ସତ୍ୟଶିଖା : ରାଜ୍ୟର କୌଣସି ଜାଗାରେ ୨୩ ତାରିଖ ଦିନ ଗଡ଼ିବନି ରଥ। ଛୋଟ ହେଉ କି ବଡ଼, ଜଣେ ଟାଣୁ କି ୧୦ ଜଣ, କୌଣସି ପରିସ୍ଥିତିରେ ଏହି ଯାତ୍ରା ହୋଇ ପାରିବ ନାହିଁ। ସୁପ୍ରିମକୋର୍ଟ ଏଭଳି ଆଦେଶ ଦେବା ପରେ ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ରଥଯାତ୍ରା ଯେଭଳି ନ ହେବ ତାହା ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି।
କୋର୍ଟଙ୍କ ଆଦେଶ କିଭଳି ପାଳନ ହେବ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ତା’ ସହିତ ବିଭିନ୍ନ ଜଗନ୍ନାଥ ମନ୍ଦିରର ନିର୍ବାହୀ ଅଧିକାରୀ ବା ଟ୍ରଷ୍ଟ ବୋର୍ଡକୁ ମଧ୍ୟ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ରଥଯାତ୍ରା ତିଥିରେ ମନ୍ଦିର ପାଖରେ କେହି ଏକତ୍ର ହୋଇ ପାରିବେ ନାହିଁ। ରଥଯାତ୍ରାକୁ ନେଇ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ତାହା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।