ଦେଶ

ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ, ଆସିଲା ଫଳାଫଳ

ଭୋପାଳ: ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ଫଳାଫଳ ଆସିଛି। ରାଜସ୍ଥାନରେ କଂଗ୍ରେସ ଦୁଇଟି ଆସନରେ ନିର୍ବାଚିତ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ନିର୍ବାଚିତ ହୋଇଛି। ସେହିପରି ମଧ୍ୟପ୍ରଦେଶରେ ଦୁଇଟି ଆସନରେ ବିଜେପି ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ନିର୍ବାଚିତ ହୋଇଛି।

ଆହୁରି ପଢ଼ନ୍ତୁ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସରୁ ଦିଗବିଜୟ ସିଂହ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ବିଜେପିର ଦୁଇଟି ଭୋଟ୍ ନାକଚ ହୋଇଛି। ଗୋଟିଏ କ୍ରସ ଭୋଟିଂ ଅନ୍ୟଟି ବାତିଲ୍ ହୋଇଥିଲା।

ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ଜଣେ ସାଂସଦ ପ୍ରାର୍ଥୀଙ୍କ ପାଇଁ ୫୨ ଭୋଟ୍ ଆବଶ୍ୟକ ଥିଲା। ବିଜେପିରେ ୧୦୭ ଜଣ ବିଧାୟକ ଅଛନ୍ତି। ତେଣୁ ଉଭୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି) ୫୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦିଗବିଜୟ ସିଂ(କଂଗ୍ରେସ) ୫୭, ସୁମେର ସିଂ ୫୫ (ବିଜେପି), ଫୁଲ ସିଂ ବାରିଆ (କଂଗ୍ରେସ) ୩୬ ପାଇଥିଲେ। ୨ଟି ଭୋଟ୍ ରଦ୍ଦ ହୋଇଥିଲା।



[ad_2]

Show More
Back to top button