ରାଜ୍ୟ

ଦଶମୂଳମୋଦକ ଖାଇ ଆଜି ସୁସ୍ଥ ହେବେ ମହାପ୍ରଭୁ

ପୁରୀ(ସତ୍ୟଶିଖା):ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡ଼ିଛନ୍ତି ମହାପ୍ରଭୁ ।  ଏବେ  ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି ଥିବା ବେଳେ ସେଠାରେ ମହାପ୍ରଭୁଙ୍କର ଗୁପ୍ତ ସେବା ଚାଲିଛି।  ମହାପ୍ରଭୁଙ୍କୁ ସୁସ୍ଥ କରିବା ନିମନ୍ତେ ତାଙ୍କର ଆୟୁର୍ବେଦ ଚିକିତ୍ସା କରାଯାଉଛି। ମହାପ୍ରଭୁଙ୍କ ଶୀଘ୍ର ଆରୋଗ୍ୟ ନିମନ୍ତେ ରାଜବୈଦ୍ୟ ଦଶମୂଳମୋଦକ ପ୍ରଦାନ କରିଛନ୍ତି। ମହାପ୍ରଭୁ ଆଜି ଏହାକୁ ଖାଇବା ପରେ ସୁସ୍ଥ ହେବେ।

ଆହୁରି ପଢ଼ନ୍ତୁ

ଶ୍ରୀଜିଉ ସୁସ୍ଥ ହେବା ପରେ ଆଜି ବାଜି ଉଠିବ ଘଣ୍ଟ, ଘଣ୍ଟି, କାହାଳୀ । ରଙ୍ଗବେରଙ୍ଗର ପୋଷାକ ପରିଧାନ କରିବେ ମହାପ୍ରଭୁ । ଏହାପରେ ରଙ୍ଗବେରଙ୍ଗର ଫୁଲରେ ପୂଜା ପାଇବେ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ସବୁ କିଛି ରୀତିନୀତି ଅନୁଯାୟୀ ଚାଲିଥିବା ସତ୍ତ୍ୱେ ଏଯାଏ ରଥଯାତ୍ରା ହେବା ନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ରଥ ଯାତ୍ରା ଆଉ ମାତ୍ର ଅଳ୍ପ କିଛି ଦିନ ଥିବାରୁ ବଡ଼ଦାଣ୍ଡରେ ରଥ ଗଡ଼ିବ କି ନାହିଁ ସେ ସମ୍ପର୍କରେ ସରକାର କିଛି ନିଷ୍ପତ୍ତି ନେଇ ନାହାନ୍ତି। ଆସନ୍ତା ୧୮ ତାରିଖରେ ଏ ସମ୍ପର୍କୀତ ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ ହେବାର ଅଛି।

[ad_2]
Show More
Back to top button