ଦେଶ

ଚାଇନାର ବି ୫ ଯବାନ ନିହତ, ଭାରତକୁ ଦୋଷ ଦେଲା ବେଜିଂ

ବେଜିଂ: ସୀମାରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁ ଉଭୟ ପକ୍ଷର କ୍ଷତି ଘଟିଛି। ଲଦାଖର ଗଲୱାନ ଭ୍ୟାଲିରେ ଦୁଇ ଦେଶର ସେନା ପରସ୍ପରକୁ ଆକ୍ରମଣ କରିଛନ୍ତି। ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୫ ଜଣ ଯବାନ ନିହତ ହୋଇଥିବା ଜଣାପଡ଼ିଛି।

ଚାଇନା ପକ୍ଷରୁ ସରକାରୀ ଭାବେ ଏହା ଘୋଷଣା କରାଯାଇ ନଥିଲେ ହେଁ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସୋମବାର ଭାରତ ସହ ହୋଇଥିବା ସଂଘର୍ଷରେ ପିଏଲଏର ୫ ଜଣ ଯବାନ ପ୍ରାଣ ହରାଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ପୂର୍ବରୁ ଚାଇନାର ଏକାଧିକ ଯବାନ ପ୍ରାଣ ହରାଇଥିବା ଦାବି କରାଯାଇଥିଲା।

ଅନ୍ୟପକ୍ଷରେ ଗଲୱାନ ଭ୍ୟାଲିରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ ଚାଇନା ପଡ଼ୋଶୀ ଭାରତ ଉପରେ ଦୋଷ ଲଦିଛି। ଆକ୍ରମଣକୁ ନେଇ ସବୁଆଡ଼େ ହଇଚଇ ସୃଷ୍ଟି ହୋଇଥିବା ବେଳେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ତା’ର ବିବୃତି ଜାରି କରିଛି। ଏଥିରେ ଚାଇନାର ବୈଦେଶିକ ମନ୍ତ୍ରୀ କହିଛନ୍ତି, ସୋମବାର ଭାରତୀୟ ସେନା ଦୁଇଥର ଏଲଏସି ଅତିକ୍ରମ କରି ଦୁଇ ଦେଶ ମଧ୍ୟରେ ଥିବା ବୁଝାମଣାକୁ ଉଲ୍ଲଙ୍ଘନ କରିଥିଲା।

ଆହୁରି ପଢ଼ନ୍ତୁ

ଏଥିସହ ଚାଇନା ସେନା ପକ୍ଷରୁ ଏହାର ବିରୋଧ କରାଯିବାରୁ ଭାରତ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଉଭୟ ଦେଶର ସେନା ପରସ୍ପରକୁ ମୁଥ ମାରିବା ସହ ପଥର ମାଡ଼ କରିଥିଲେ। ଫଳରେ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଇନା ସର୍ବଦା ଭାରତକୁ ବୁଝାଇ ଆସିଛି ଯେ ସୀମାରେ ନୂଆଦିଲ୍ଲୀ ପକ୍ଷରୁ ଉତ୍ତେଜନା ସୃଷ୍ଟି କରା ନଯାଉ।

ତଥାପି ଭାରତ ବାରମ୍ବାର ସୀମା ଉଲ୍ଲଙ୍ଘନ କରୁଛି। ଏବେ ବି ଆମେ ଭାରତକୁ ଅନୁରୋଧ କରୁଛୁ ଯେ ସେମାନଙ୍କ ଯବାନ ପଛକୁ ଘୁଞ୍ଚି ଯାଆନ୍ତୁ। ନଚେତ ଅଯଥାରେ ସୀମାରେ ସ୍ଥିତି ବିଗିଡ଼ିବ। ଭାରତ ଓ ଚାଇନା ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ସୀମା ବିବାଦର ସମାଧାନ ପାଇଁ ରାଜି ହୋଇଛନ୍ତି। ଶାନ୍ତି ଓ ଏକତା ପାଇଁ ଉଭୟ ଦେଶ ଏକାଠି କାର୍ଯ୍ୟ କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ସକାଳେ ବି ଚାଇନା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବସିବାର ଥିଲା। ହେଲେ ଗତକାଲି ରାତିରୁ ହିଁ ଉଭୟ ଦେଶ ମୁହାଁମୁହିୱ ହୋଇଛନ୍ତି।

[ad_2]
Show More
Back to top button