ବିଦେଶ

କରୋନା ଯୋଗୁ ବେଜିଂ ସ୍ଥିତି ସାଂଘାତିକ, ସତର୍କ କରାଇଲେ ଅଧିକାରୀ

ବେଜିଂ: ମହାମାରୀ କରୋନା ଯୋଗୁ ଚାଇନାର ରାଜଧାନୀ ବେଜିଂ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଛି। ପୁଣିଥରେ ବେଜିଂରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚାଇନାକୁ କରୋନା କମବ୍ୟାକ କରିଥିବାରୁ ସ୍ଥିତି ବିଗିଡ଼ିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଜିଂର ଜଣେ ସରକାରୀ ଅଧିକାରୀ ସତର୍କ କରାଇଛନ୍ତି।

ଜିନଫାଦି ହୋଲସେଲ ମାର୍କେଟରୁ ହିଁ ପୁଣିଥରେ କରୋନା ସଂକ୍ରମଣ ସୃଷ୍ଟି ହୋଇଥିବା କୁହାଯାଉଛି। ପୂର୍ବରୁ ମାସ ଟେଷ୍ଟିଂ ଓ ଲକଡାଉନ କରି ଚାଇନା କରୋନା ଯୁଦ୍ଧରେ ଜିତିଥିବା ଦାବି କରିଥିଲା। ହେଲେ ପୁଣିଥରେ କରୋନା ଫେରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଆହୁରି ପଢ଼ନ୍ତୁ

ଗତ ୫ ଦିନ ମଧ୍ୟରେ ବେଜିଂରେ ୧୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଚାଇନା ସରକାର ପ୍ରାୟ ୩୦ଟି ସହରରେ ଲକଡାଉନ କରିବା ସହ ୧୦ ହଜାର ଟେଷ୍ଟିଂ କରିଛନ୍ତି।

ଗତବର୍ଷ ଚାଇନାର ଉହାନରେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହୋଇଥିଲେ। ଏହାପରେ ଏହା ସମଗ୍ର ବିଶ୍ୱକୁ ବ୍ୟାପିଛି। ବିଶ୍ୱରେ କରୋନା ଘାତକ ରୂପ ଧାରଣ କରିଥିବା ବେଳେ ଚାଇନା ଏହି ମହାମାରୀ ବିରୋଧୀ ଯୁଦ୍ଧରେ ବିଜୟ ହୋଇଥିବା ଘୋଷଣା କରିଥିଲା। କିନ୍ତୁ ଏବେ ଚାଇନାକୁ କରୋନା ଫେରିଥିବାରୁ ଆତଙ୍କ ସୃଷ୍ଟି ହୋଇଛି।

ବେଜିଂ ସହରର ମୁଖପାତ୍ର ଜୁ ହେଜିଆନ କହିଛନ୍ତି, ମହାମାରୀ କରୋନାର ସ୍ଥିତି ସହରରେ ଅତ୍ୟନ୍ତ ଜଟିଳ ହୋଇଛି। ଲୋକମାନେ ଏଥିପ୍ରତି ସତର୍କ ରହିବା ଦରକାର। ଦୋକାନରେ ଭିଡ଼ କଲେ କିମ୍ବା ଏଣେତେଣେ ବୁଲିଲେ ସଂକ୍ରମଣ ଅଧିକ ବଢ଼ିବାର ଆଶଙ୍କା ରହିଛି।

[ad_2]
Show More
Back to top button