ସିନେମା

ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କୁ ବାଧ୍ୟ କରାଯାଇଥିଲା!

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୂରା ଫିଲ୍ମ ଜଗତ ଏବଂ ତାଙ୍କର ପ୍ରଶଂସକ ସ୍ତବ୍ଧ ହୋଇପଡ଼ିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କାହିଁକି ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କଲେ? କେତେକଙ୍କ କହିବା ଅନୁଯାୟୀ, ସୁଶାନ୍ତ ଦୀର୍ଘଦିନ ଧରି ଡିପ୍ରେସନରେ ଥିଲେ। ଏପରିକି କିଛି କହୁଛନ୍ତି ଯେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀର ସମର୍ଥନ ମିଳିନଥିଲା। ଏହି କାରଣରୁ ସୁଶାନ୍ତ ଏଭଳି ପଦକ୍ଷେପ ଉଠାଇଲେ। ସାଧାରଣତ ପ୍ରିୟାପ୍ରୀତି (ନେପୋଟିଜମ୍) ବିରୋଧର ସ୍ୱର ଉଠାଉଥିବା ଅଭିନେତ୍ରୀ କଙ୍ଗନା ରାନାଉତ୍ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ସେ ବଲିଉଡ୍ ଇଣ୍ଡଷ୍ଟ୍ରୀକୁ ଦାୟୀ କରିଛନ୍ତି। ଏପରିକି ସୁଶାନ୍ତ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି କହିଛନ୍ତି କଙ୍ଗନା।

କଙ୍ଗନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଭୀଷଣ ରାଗିଥିବା ନଜର ଆସୁଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଦୋହଲାଇ ଦେଇଛି। କିନ୍ତୁ ଏବେବି କିଛି ଲୋକେ କହୁଛନ୍ତି ଯେ ଯେଉଁମାନଙ୍କ ମନ ଦୁର୍ବଳ, ସେମାନେ ଆତ୍ମହତ୍ୟା କରନ୍ତି। ଯେଉଁ ବ୍ୟକ୍ତି ଇଞ୍ଜିନିୟରିଂରେ ରାଙ୍କିଙ୍ଗ ହୋଲ୍ଡର, ତା’ର ମନ କିପରି ଦୁର୍ବଳ ହୋଇପାରିବ। ସୁଶାନ୍ତ ନିଜର ଶେଷ କେଇଟା ଫିଲ୍ମ ସମ୍ବନ୍ଧରେ ଲେଖିଥିଲେ ଯେ ତାଙ୍କର କୌଣସି ଗଡଫାଦର ନାହାନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରୀରୁ ବାହାର କରିଦିଆଯିବ।

ଯଦି ଜଣେ ଅଭିନେତା ନିଜ ଇଣ୍ଟରଭ୍ୟୁରେ ଏହି କଥା କହିପାରୁଛନ୍ତି, ତାହେଲେ ଇଣ୍ଡଷ୍ଟ୍ରୀ କାହିଁକି ତାଙ୍କୁ ଆପଣାଇଲା ନାହିଁ। ତାଙ୍କୁ ଫିଲ୍ମ ଡେବ୍ୟୁ ପାଇଁ କୌଣସି ଆୱାର୍ଡ ମିଳିଲା ନାହିଁ। ‘ଗଲି ବୟ’ ଭଳି ଘଟିଆ ଫିଲ୍ମକୁ ସବୁ ଆୱାର୍ଡ ଦିଆଗଲା। କିନ୍ତୁ ମୋ ମତରେ ସୁଶାନ୍ତଙ୍କ ଅଭିନୀତ ‘ଛିଛୋରେ’ ବେଷ୍ଟ ଥିଲା। ତାଙ୍କୁ କେହିବି ଆକନଲେଜ୍ କଲେ ନାହିଁ। ଏପରିକି ମୋର ସୁପରହିଟ୍ ଫିଲ୍ମକୁ ଫ୍ଲପ୍ କୁହାଗଲା। ମୋ ଉପରେ ମଧ୍ୟ ୬ଟି କେସ୍ ଦାୟର କରାଗଲା।

ଆହୁରି ପଢ଼ନ୍ତୁ

ଗଣମାଧ୍ୟମରେ ସୁଶାନ୍ତଙ୍କୁ ନିଶାଶକ୍ତ ବୋଲି କୁହାଗଲା। ଯଦି ସୁଶାନ୍ତଙ୍କୁ ଏଭଳି ନିଶାଶକ୍ତ କୁହାଯାଇ ପାରିଲା, ତାହେଲେ ସଞ୍ଜୟ ଦତ୍ତଙ୍କୁ ନିଶାସେବନ ଅଭ୍ୟାସ ଗଣମାଧ୍ୟମକୁ କ୍ୟୁଟ୍ ଲାଗୁଥିଲା। ମୋତେ ଫୋନ୍ କରି ଲୋକେ କହୁଛନ୍ତି ଯେ ତୁମର ବହୁତ ଖରାପ ସମୟ ଚାଲିଛି। ଏଭଳି ସମୟରେ ଏମିତି କିଛି ପଦକ୍ଷେପ ନେବନି। ମୁଁ ବୁଝିପାରୁନି ମୋତେ କାହିଁକି ଏମିତି କୁହାଯାଉଛି। ସତ କହିବାକୁ ଗଲେ, ମୋତେ ପରୋକ୍ଷ ଭାବେ କୁହାଯାଉଛି ଯେ ମୁଁ ଆତ୍ମହତ୍ୟା କରେ। ତେଣୁ ମୋ ସହ ଯାହା ଘଟିଲା, ତାକୁ ନେଇ ମୁଁ କହିବି ଯେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ମୃତ୍ୟୁ ଥିଲା। ସୁଶାନ୍ତଙ୍କର ଗୋଟିଏ ଭୁଲ୍ ଥିଲା ଯେ ତାଙ୍କୁ କୁହାଗଲା ଯେ ସେ ତୁମ ପାଖରେ କାମ୍ ନାହିଁ ଏବଂ ସୁଶାନ୍ତ ଏକଥାକୁ ମାନି ନେଇଥିଲେ। ଯାହା ଫଳରେ ସୁଶାନ୍ତ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ।

ଏହା ପୂର୍ବରୁ ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଶେଖର କପୁର ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ବାବଦରେ ସମ୍ୟକ ସୂଚନା ଦେଇଥିଲା। ଶେଖର କପୁର ଟୁଇଟ୍ କରି କହିଛନ୍ତି, “ମୁଁ ଜାଣିଛି ତୁମେ କିଭଳି ସ୍ଥିତି ଦେଇ ଗତି କରୁଥିବ। ମୁଁ ସେମାନଙ୍କ କଥା ଜାଣିଛି, ଯେଉଁମାନେ ତୁମକୁ ଏଭଳି ନିରାଶ କରିଛନ୍ତି। ତୁମେ ମୋ କାନ୍ଧରେ ମୁଣ୍ଡରେ ରଖି କାନ୍ଦି କାନ୍ଦି ନିଜ ଅସୁବିଧା ବାବଦରେ କହିଛ। ଯଦି ମୁଁ ୬ ମାସ ତୁମ ଆଖ ପାଖରେ ଥାନ୍ତି ହୁଏତ ଆଜି ଏଭଳି ନିଷ୍ପତ୍ତି ନେଇନଥାନ୍ତ। ମୋ ସହିତ ଯଦି ଅବସାଦ ଭିତରେ ଥାଇ କେବେ କଥା ହୋଇଥିଲେ ମଧ୍ୟ ସ୍ଥିତି ଏମିତି ହୋଇନଥାନ୍ତା। ତୁମ ସହିତ ଯାହା ହୋଇଛି ତାହା ତୁମର କର୍ମ ନୁହେଁ ବରଂ ସେମାନଙ୍କ କର୍ମର ଫଳ।”



[ad_2]

Show More
Back to top button