ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପଛର କାରଣ ପେସା ନା ପ୍ରେମ?


ମୁମ୍ୱାଇ: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ? ଏ ପ୍ରଶ୍ନ ଏବେ ତାଙ୍କ ଫ୍ୟାନଙ୍କ ପାଖରୁ ଆରମ୍ଭ କରି ଅନେକ ଲୋକଙ୍କ ମୁହଁରେ। ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଏବଂ ବଲିଉଡର ଅନ୍ୟତମ ପ୍ରମୁଖ ନିର୍ଦ୍ଦେଶକ ଶେଖର କପୁରଙ୍କ ଟୁଇଟ୍ ଏବେ ଆତ୍ମହତ୍ୟା ପଛର କାରଣ ବାବଦରେ ସମ୍ୟକ ସୂଚନା ଦେଇଛନ୍ତି।
ଶେଖର କପୁର ଟୁଇଟ୍ କରି କହିଛନ୍ତି, “ମୁଁ ଜାଣିଛି ତୁମେ କିଭଳି ସ୍ଥିତି ଦେଇ ଗତି କରୁଥିବ। ମୁଁ ସେମାନଙ୍କ କଥା ଜାଣିଛି, ଯେଉଁମାନେ ତୁମକୁ ଏଭଳି ନିରାଶ କରିଛନ୍ତି। ତୁମେ ମୋ କାନ୍ଧରେ ମୁଣ୍ଡରେ ରଖି କାନ୍ଦି କାନ୍ଦି ନିଜ ଅସୁବିଧା ବାବଦରେ କହିଛ। ଯଦି ମୁଁ ୬ ମାସ ତୁମ ଆଖ ପାଖରେ ଥାନ୍ତି ହୁଏତ ଆଜି ଏଭଳି ନିଷ୍ପତ୍ତି ନେଇନଥାନ୍ତ। ମୋ ସହିତ ଯଦି ଅବସାଦ ଭିତରେ ଥାଇ କେବେ କଥା ହୋଇଥିଲେ ମଧ୍ୟ ସ୍ଥିତି ଏମିତି ହୋଇନଥାନ୍ତା। ତୁମ ସହିତ ଯାହା ହୋଇଛି ତାହା ତୁମର କର୍ମ ନୁହେଁ ବରଂ ସେମାନଙ୍କ କର୍ମର ଫଳ”।
I knew the pain you were going through. I knew the story of the people that let you down so bad that you would weep on my shoulder. I wish Iwas around the last 6 months. I wish you had reached out to me. What happened to you was their Karma. Not yours. #SushantSinghRajput
— Shekhar Kapur (@shekharkapur) June 15, 2020
ଆହୁରି ପଢ଼ନ୍ତୁ
ଅନ୍ୟପଟେ ପ୍ରମୁଖ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଶାନ୍ତ ସିଂହ ୬ ମାସ ହେବ ମାନସିକ ଅବସାଦରେ ଥିଲେ। ଏହାର କାରଣ କ’ଣ କାହାରିକୁ ଜଣାନାହିଁ। ସୁଶାନ୍ତଙ୍କ ଅନ୍ତିମ ଫିଲ୍ମ ଡ୍ରାଇଭ୍ ଅନଲାଇନ୍ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି। ଏହି ଫିଲ୍ମ ହଲରେ ରିଲିଜ୍ ହେବାର ଥିଲା। କିନ୍ତୁ ଫିଲ୍ମ ନିର୍ମାଣକାରୀ ସଂସ୍ଥା ତାଙ୍କୁ କିଛି ନପଚାରି ନେଟଫ୍ଲିକ୍ସରେ ରିଲିଜ୍ କରିଦେଇଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସୁଶାନ୍ତ। ଏହି ଫିଲ୍ମରୁ ସେ ଅନେକ ଆଶା ରଖିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଏହାକୁ ନେଇ ସୁଶାନ୍ତଙ୍କ ସହିତ ସଂପୃକ୍ତ ଫିଲ୍ମ ନିର୍ମାଣକାରୀ ସଂସ୍ଥାର ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁଶାନ୍ତଙ୍କୁ ହଠାତ୍ ଅନେକ ବଡ଼ ବଡ଼ ପ୍ରଡକ୍ସନ୍ ହାଉସ୍ ବ୍ୟାନ୍ କରିଥିଲେ।
ତିନି ବର୍ଷ ପୂର୍ବେ ସୁଶାନ୍ତଙ୍କ ଫିଲ୍ମ ‘ଚନ୍ଦା ମାମା ଦୂର କେ’ ଘୋଷଣା କରାଯାଇଥିଲା। ଏହା ବିଜ୍ଞାନ ଓ କାଳ୍ପନିକ ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମ ପାଇଁ ସୁଶାନ୍ତ ନାସାରୁ ସ୍ୱତନ୍ତ୍ର ତାଲିମ ନେଇଥିଲେ। ଏଥିରେ ସେ ଜଣେ ମହାକାଶଚାରୀ ଭୂମିକାରେ ଅଭିନୟ କରିଥାନ୍ତେ। ଯଦିଓ ଏହି ଚଳଚ୍ଚିତ୍ରର ବଜେଟକୁ ନେଇ କିଛି ଅସୁବିଧା ଥିଲା, କିନ୍ତୁ ସୁଶାନ୍ତ ଏହି ଚରିତ୍ର ପାଇଁ ବହୁତ ଆଗ୍ରହୀ ଥିଲେ।
ତେବେ କିଛି ଦିନ ପରେ ଅଫିସିଆଲ ଘୋଷଣା ପାଇଁ ସୁଶାନ୍ତଙ୍କୁ ଗଣମାଧ୍ୟମ ସମ୍ମୁଖକୁ ଡକାଯାଇଥିଲା। କିନ୍ତୁ ସୁଶାନ୍ତ ପ୍ରଡକ୍ସନ୍ ହାଉସର ଫୋନ୍ ଉଠାଇ ନଥିଲେ ଏବଂ ପରେ ଫୋନ୍ ବନ୍ଦ କରି ଦେଇଥିଲେ। ଏହାପରେ ସେ ଏକାସାଙ୍ଗରେ ଅନେକ ପ୍ରଡକ୍ସନ୍ ଫିଲ୍ମରୁ ବୟକଟ୍ ହୋଇଥିଲେ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଟିଭି ସିରିଏଲ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଏହା ପୂର୍ବରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ନିଜ ପାଠ ପଢ଼ା ପାଇଁ ସେ ଗୋଲ୍ଡ ମେଡାଲ ମଧ୍ୟ ପାଇଥିଲେ। ମହାକାଶଚାରୀ ହେବା ତାଙ୍କର ସ୍ୱପ୍ନ ଥିଲା। କିନ୍ତୁ ସେ ପରବର୍ତ୍ତୀ ସମୟରେ ଫିଲ୍ମ ଆଡ଼କୁ ମୁହାଁଇଥିଲେ।
[ad_2]