ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡଙ୍କୁ ଜେରା କରିବ ପୁଲିସ୍


ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ କାହିଁକି ଆତ୍ମହତ୍ୟା କଲେ? ପୁଲିସ ଏହାର ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଶରୀରରେ କୌଣସି ବିଷ କ୍ରିୟାର କୌଣସି ସୂଚନା ମିଳିନାହିଁ। ଏବେ ପୁଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଏବଂ ତାଙ୍କ ନିକଟତମ ବ୍ୟକ୍ତି ମହେଶ ସେଠୀଙ୍କୁ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ
ଏହାବାଦ ପରବର୍ତ୍ତୀ ସମୟରେ ଅନ୍ୟ ସାଥି କଳାକାରଙ୍କୁ ମଧ୍ୟ ପୁଲିସ ଏହି ଘଟଣାରେ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଜୁନ୍ ୧୩ରେ ସୁଶାନ୍ତ ମହେଶ ସେଠୀଙ୍କୁ ଫୋନ୍ କରିଥିଲେ। ହେଲେ ମହେଶ କୌଣସି କାରଣରୁ ଫୋନ୍ ଉଠାଇ ନଥିଲେ ବୋଲି ଜଣାପଡ଼ିଛି।
ଜୁନ୍ ୧୪ ସକାଳେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିଥିଲେ। ଦୀର୍ଘ ୬ ମାସ ହେବ ସେ ମାନସିକ ଅବସାଦରେ ଥିଲେ ବୋଲି ଜଣାପଡ଼ିଛି। ମାନସିକ ଅବସାଦ ପାଇଁ ସୁଶାନ୍ତ ଚିକିତ୍ସାଧୀନ ଥିଲେ। ସୁଶାନ୍ତଙ୍କ ମୁମ୍ୱାଇ ବାସଭବନରେ ପହଞ୍ଚି ରବିବାର ପୁଲିସ୍ ସୁଶାନ୍ତଙ୍କ ମୋବାଇଲ୍ ଜବତ କରିଥିଲା। ଏଥିସହ ତାଙ୍କ ଘରୋଇ ସହାୟକ, ମ୍ୟାନେଜର ଏବଂ ଆଉ ଜଣେ ବ୍ୟକ୍ତିଙ୍କର ବୟାନ ପୁଲିସ ରେକର୍ଡ କରିଥିବା ସୂଚନା ରହିଛି।