ଦେଶ

ଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟ ହାର ୫୦ ପ୍ରତିଶତରୁ ଅଧିକ ହୋଇଛି। ଏଯାବତ ୧,୬୨,୩୭୮ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଯାହାକି ୫୦.୬୦%। ବର୍ତ୍ତମାନ ଦେଶରେ ୧,୪୯,୩୪୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

ଆହୁରି ପଢ଼ନ୍ତୁ

ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଆଇସିଏମଆପ ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି। ସରକାରୀ ପରୀକ୍ଷାଗାରରେ ପରୀକ୍ଷା ସଂଖ୍ୟା ୬୪୬କୁ ବୃଦ୍ଧି ପାଇଥିବା ବେଳେ ବେସରକାରୀ ପରୀକ୍ଷା ସଂଖ୍ୟା ଆଉ ୨୪୭ ବୃଦ୍ଧି କରି ୮୯୩ କରିଛି ଆଇସିଏମଆର।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୪୩୨ ନମୁନା ଯାଞ୍ଚ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦିଲ୍ଲୀରେ କରୋନା ସ୍ଥିତି ସମୀକ୍ଷା କରିବା ବେଳେ କହିଛନ୍ତି।

[ad_2]
Show More
Back to top button