ଦେଶ

ଭାରତରେ ଏଯାଏ ହୋଇନି କରୋନାର ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଆଜି ଆଇସିଏମଆର ପକ୍ଷରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଯାଇଛି। ଭାରତରେ ଏଯାଏ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇ ନାହିଁ ବୋଲି ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି।

ଗୋଷ୍ଠୀ ସଂକ୍ରମଣ ଶବ୍ଦକୁ ନେଇ ଚାରିଆଡ଼େ ବେଶ ବିତର୍କ ଦେଖିବାକୁ ମିଳୁଛି। ମୁଁ ଭାବୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଗୋଷ୍ଠୀ ସଂକ୍ରମଣର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରକାଶ କରିନାହିଁ। ଭାରତ ଏକ ବିଶାଳ ଦେଶ ହୋଇଥିବା ବେଳେ ଏଠାରେ ସଂକ୍ରମଣ ହାର ବେଶ କମ ରହିଛି।

ଆହୁରି ପଢ଼ନ୍ତୁ

ଛୋଟ ଛୋଟ ଜିଲ୍ଲାରେ କରୋନା ସଂକ୍ରମଣ ହାର ୧%ରୁ କମ ରହିଛି। ସହରାଞ୍ଚଳରେ ଏହା ଟିକିଏ ଅଧିକ ରହିଛି ଓ କଣ୍ଟେନମେଣ୍ଟ ଜୋନରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଏହାର ଅର୍ଥ ଯେ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି ବୋଲି କହିବା ଭୁଲ ହେବ। ଏଯାଏ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇନାହିଁ।

ଟେଷ୍ଟିଂ, ଟ୍ରେସିଂ, ଟ୍ରାକିଂ ଓ କ୍ୱାରେଣ୍ଟାଇନରେ ଦ୍ୱାରା ଆମେ କରୋନା ସଂକ୍ରମଣକୁ ଏଯାଏ ସଫଳତାର ସହ ଅଟକାଇ ପାରିଛେ। ଆଗକୁ ମଧ୍ୟ ଏହାକୁ ଗୁରୁତ୍ୱର ସହ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ଭାରତରେ ନିୟମିତ ଭାବେ ଟେଷ୍ଟିଂ କ୍ଷମତାକୁ ବୃଦ୍ଧି କରାଯାଉଛି। ଜାନୁଆରୀରେ ଆମ ପାଖରେ ଗୋଟିଏ ଲ୍ୟାବ ଥିଲା। କିନ୍ତୁ ଏବେ ଏହା ୮୫୦କୁ ବୃଦ୍ଧି ପାଇଛି। ଏଯାଏ ୫୨ ଲକ୍ଷରୁ ଅଧିକ ଟେଷ୍ଟ ସରିଲାଣି। ଆଗକୁ ମଧ୍ୟ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯିବ।”

[ad_2]
Show More
Back to top button